ନିତିଦିନର ଦିବଂଗତ ସାମ୍ବାଦିକ ମନୋଜ ସାହୁଙ୍କ ଧର୍ମପତ୍ନୀଙ୍କୁ ୧୫ ଲକ୍ଷ ଅର୍ଥରାଶି ପ୍ରଦାନ

0
236

ଛତ୍ରପୁର : ଓଡିଶାର ସମସ୍ତ ସାମ୍ବାଦିକ ମାନଙ୍କ ହିତ ସକାଶେ ରାଜ୍ୟସରକାର ସବୁବେଳେ ଗୁରୁତ୍ବ ଦେଇ ଆସୁଛନ୍ତି । ସେଥିସକାଶେ ଗୋପବନ୍ଧୁ ସ୍ବାସ୍ଥ୍ୟ ବୀମା ଯୋଜନା, ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଠି ଯୋଜନା ମାନ ପ୍ରଣୟନ କରିଛନ୍ତି । ଗତ କରୋନା ମହାମାରୀ ସମୟରେ ଅନେକ ସାମ୍ବାଦିକ ନିଜ ଜୀବନକୁ ଖାତିର୍ ନକରି ଲୋକଙ୍କ ସୁରକ୍ଷା ଦିଗରେ ଅହରହ ପରିଶ୍ରମ କରିଛନ୍ତି । ଅନେକ ସାମ୍ବାଦିକ ଲୋକଙ୍କ ହିତରେ କାର୍ଯ୍ୟକରି କରୋନାରେ ଆକ୍ରାନ୍ତ ହୋଇ ନିଜ ଅମୂଲ୍ୟ ଜୀବନକୁ ହରାଇଛନ୍ତି । ସାମ୍ବାଦିକ ମାନଙ୍କ ପରିବାର ବର୍ଗଙ୍କ ଭରଣ ପୋଷଣ ସକାଶେ ରାଜ୍ୟ ସରକାର ଓଡିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ପାଣ୍ଟିରୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରିଆସୁଛନ୍ତି । ଆଜି ରାଜ୍ୟ ସରକାର ନିତିଦିନ ଓଡିଆ ଖବର କାଗଜ ର ସାମ୍ବାଦିକ ସ୍ବର୍ଗତ ମନୋଜ କୁମାର ସାହୁଙ୍କ ଧର୍ମପତ୍ନୀ ସରସ୍ବତୀ ସାହୁଙ୍କୁ ୧୫ ଲକ୍ଷ ଟଙ୍କା ଅର୍ଥରାଶି ପ୍ରଦାନ କରିଛନ୍ତି । ଏଠାରେ ପ୍ରକାଶ ଥାଉକି, ସ୍ବର୍ଗତ ସାହୁ କୋଭିଡ୍ ରେ ଆକ୍ରନ୍ତ ହୋଇ ଗତ ତା.୨୩.୦୪.୨୦୨୧ରିଖ ଦିନ ମୃତ୍ୟୁବରଣ କରିଥିଲେ । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପ୍ରାପ୍ତ ଏହି ଅର୍ଥରାଶି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ହସ୍ତରେ ପ୍ରଦାନ କରାଯାଇଛି । ଏହି ଅର୍ଥରାଶି ପ୍ରଦାନ କ୍ଷେତ୍ରରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ସହଯୋଗ କରିଛନ୍ତି । ଅର୍ଥରାଶି ପ୍ରଦାନ ସମୟରେ ସମସ୍ତ ସାମ୍ବାଦିକ, ସ୍ବର୍ଗତ ମନୋଜ କୁମାର ସାହୁଙ୍କ ପରିବାର ବର୍ଗ ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here