ବିଶ୍ୱପରିବେଶ ଦିବସ କୋଦଳା ଏନେସିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

0
247

ବେଗୁନିଆପଡା:ପରିବେଶକୁ ସରସ ସୁନ୍ଦର କରିବା ନିମନ୍ତେ କୋଦଳା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ପ୍ରକାରର ବୃକ୍ଷ ରୋପଣ କରାଯାଇଥିଲା । ପରିବେଶ ସୁରକ୍ଷା ଜିବନରଖ୍ୟା ଏହି ସ୍ଲୋଗାନକୁ ପ୍ରଥେୟ କରି କୋଦଳା ଅଧ୍ୟକ୍ଷ ବୃକ୍ଷ ରୋପଣ କରିବା ସହିତ କୋଦଳାକୁ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ କୋଦଳାକୁ ସବୁଜ ସୁନ୍ଦର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ତତ୍ସହିତ କୋଦଳା ଏନେସିର ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମାନଙ୍କୁ ମଧ୍ୟ ମାଗଣାରେ ଚାରା ବଣ୍ଟନ କରିଥଲେ । ଏହି କାର୍ଯ୍ୟକ୍ରମରେ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟନାରାୟଣ ନାୟକ, କାଉଁସିଲର, ଏସହେଚଜି ଗ୍ରୁପ୍ ସଦସ୍ୟ, କୋଦଳା ଏନେସିର କର୍ମଚାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ, ଶିକ୍ଷକ ବୃନ୍ଦ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here