ରଜ ଯାତ୍ରା ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ

0
264

କୁକୁଡ଼ାଖଣ୍ଡି: କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ଗ୍ରାମରେ ପ୍ରତେହ ବର୍ଷ ମା’ ଗ୍ରାମଦେବତୀ କାଳୁଆଙ୍କ ପୀଠରେ ରଜ ଯାତ୍ରା ହୋଇ ଆସୁଥିବା ବେଳେ ଗତ ଦୁଇ ବର୍ଷ ଧରି କୋରନା କଟକଣା ପାଇଁ ଏହି ଯାତ୍ରା ବନ୍ଦ ରହିଥିଲା ।କିନ୍ତୁ ଏହି ବର୍ଷ ପୁଣି ମା ଗ୍ରାମଦେବତୀ କାଳୁଆଙ୍କ ପୀଠରେ ରଜ ଯାତ୍ରା ପୁଣି ଧୁମଧାମରେ ଆୟୋଜନ କରିବା ପାଇଁ ଜଗଦଳପୁର ଗ୍ରାମବାସୀଙ୍କ ପକ୍ଷରୁ ସ୍ଥିର କରାଯାଇଛି ।ଆଜି ମା’ଙ୍କ ପୀଠରେ ଶୁଭଖୁଣ୍ଟି ପୂଜାର୍ଚ୍ଚନା କରାଯାଇ ଗ୍ରାମର ମଝି ଦାଣ୍ଡରେ ସ୍ଥାପନ କରାଯାଇଥିଲା । ଏହି ଅବସରରେ ଜଗଦଳପୁର ସମିତି ସଭ୍ୟ ବି.ରବିନ୍ଦ୍ର ପାତ୍ର, ସୁଦର୍ଶନ ସାହୁ,ହାଡୁବନ୍ଧୁ ବେହେରା ,ସୁବାଷ ପ୍ରଧାନ ,ସିଏଚ୍. ମନୋଜ କୁମାର ପାତ୍ର,ଦେବରାଜ ସାହୁ,ଏମ୍ ନାଗେଶ ପାତ୍ର,ରାଧାମୋହନ ପାତ୍ର,ଏସ୍. ମୁନା ପାତ୍ର, ପି. ସୁରଜ ଦାସ, କେ. ଶ୍ରୀନିବାସ ପାତ୍ର, ସତ୍ୟ ପାତ୍ର,କେ. ଅମିତ ପାତ୍ର, ଧିରୋଜ ଦାସ, ଅନୀଲ କୁମାର,ପି.ରବୀନ୍ଦ୍ର ଦାସ,ଠାକୁରାଣୀ ମନ୍ଦିର ପୂଜାରୀ ଶିବାରମ ଡାକୁଆ,ସଞ୍ଜୟ କୁମାର ସାହୁ,ସୀମାଞ୍ଚଳ ମହାରଣା ଙ୍କ ସମେତ ଯାତ୍ରା କମିଟି ବୃନ୍ଦ ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ରହି ସହଯୋଗ କରିଥିଲେ ।ଏହି ଯାତ୍ରା ଚଳିତ ମାସ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ଧରି ମହା ଆଡମ୍ବରରେ ପାଳନ ହେବ ବୋଲି ଯାତ୍ରା କମିଟି ଓ ସ୍ଥାନୀୟ ସରପଞ୍ଚ କ୍ରାନ୍ତୀ କୁମାରୀ ଦେବୀଙ୍କ ଠାରୁ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here