ଜିପିସିଡିଏ ତରଫରୁ କୋଭିଡ ବୁଷ୍ଟର ଡୋଜ ଟୀକା ପ୍ରଦାନ

0
274

ବ୍ରହ୍ମପୁର: କୋଭିଡ ମହାମାରୀ ସମୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଔଷଧ ବ୍ୟବସାୟୀ ମାନଙ୍କୁ ଶନିବାର ମହାନଗର ନିଗମ ସହୋଜୋଗରେ ଗଂଜାମ ଫୁଲବାଣୀ ଔଷଧ ବ୍ୟବସାୟୀ ସଂଘ ଜିପିସିଡିଏ ତରଫରୁ ବୁଷ୍ଟର ଡୋଜ କୋଭିଡ ଟୀକା ପ୍ରଦାନ କରାଯାଇଛି l ସଭାପତି ବିଷ୍ଣୁ ପ୍ରାସାଦ ପଣ୍ଡାଙ୍କ ପୌରହିତ୍ୟରେ ଓ ସମ୍ପାଦକ ପି ସତ୍ୟନାରାୟଣଙ୍କ ତତ୍ୟlବଧନରେ ଜିପିସିଡିଏ ସମ୍ମିଳନୀ କକ୍ଷରେ ଔଷଧ ବ୍ୟବସାୟୀ ଓ ତାଙ୍କ କର୍ମଚାରୀଙ୍କୁ ଟୀକା ପ୍ରଦାନ କରାଯାଇଥିଲା l ଲୋକ ସଂପର୍କ ଅଧିକାରୀ ନାଗେଶ୍ଵର ପୃଷ୍ଟି, କୋଷାଧ୍ୟକ୍ଷ ବଲଭ ପାଣିଗ୍ରାହୀ, ସୁରଜିତ ଭୂୟାଁ, ଆନନ୍ଦ ରାଓ, ସୁରେଶ ଶତପଥୀ ଓ ତ୍ରିନାଥ ପରିଡା ପ୍ରମୁଖଙ୍କ ସମେତ ସଂଘର ବହୁ କାର୍ଯ୍ୟକର୍ତ୍ତା କାଜ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l ଆଗକୁ ମଧ୍ୟ ଏପରି କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସଭାପତି ଓ ସମ୍ପାଦକ ସୂଚନା ଦେଇଛନ୍ତି l ଏଥି ପୂର୍ବରୁ ଜିପିସିଡିଏ ତରଫରୁ ବହୁ କୋଭିଡ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l

LEAVE A REPLY

Please enter your comment!
Please enter your name here