ଶ୍ରୀ ରାମେଶ୍ୱର ମନ୍ଦିର ଯିବା ରାସ୍ତାରେ ମୁଖ ଦ୍ୱାର ନିର୍ମାଣ ପାଇଁ ଭୂମିପୂଜା

0
237

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ଏନଏସି ଅନ୍ତର୍ଗତ ୫ ନମ୍ବର ୱାର୍ଡ ବାଲିଘାଇ ନିକଟରେ ଶ୍ରୀ ରାମେଶ୍ୱର ମନ୍ଦିରକୁ ରାସ୍ତାର ପ୍ରଥମ ଭାଗରେ ମୁଖ ଦ୍ୱାର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି। ବାଲିଘାଇ ଠାରୁ ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ମନ୍ଦିର ପ୍ରାୟ ଏକ କିଲୋମିଟର ରୁ ଉର୍ଦ୍ଧ୍ବ ଦୂରତା ହୋଇଥିବା ବେଳେ ବାହାରର ଶ୍ରଦ୍ଧାଳୁ ବୃନ୍ଦ ରାସ୍ତା ଜାଣିବାରେ ଅସୁବିଧା ହେଉଥିଲା। ଏହି ମୁଖ ଦ୍ୱାର ନିର୍ମାଣ ହେବାପରେ ଜନସାଧାରଣ ଶ୍ରୀ ରାମେଶ୍ୱର ମନ୍ଦିର ଯିବାପାଇଁ ଅସୁବିଧାର ସମ୍ମୁଖିନ ହେବେନାହିଁ। ମୁଖ ଦ୍ୱାର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ସ୍ଥାନୀୟ ୱାର୍ଡର କାଉନସିଲର, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବିଧାୟକ ପ୍ରତିନିଧି ପ୍ରଫୁଲ କୁମାର ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ଜନସାଧାରଣ ଯୋଗ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here