ଯୋଗ ଗୁରୁ ରଘୁନାଥ ମହାରଣା ସମ୍ବର୍ଦ୍ଧିତ

0
306

ବୁଗୁଡା :ବୁଗୁଡା ବ୍ଲକ ଅନ୍ତର୍ଗତ ବାଲିପଦର ଯୋଗ କେନ୍ଦ୍ର ର ଏକ ବୈଠକ ଏପ୍ରିଲ ୨୨ ତାରିଖ ଦିନ ବାଲିପଦରସ୍ଥିତ ବିଶ୍ୱକର୍ମା ଭବନରେ ଅନୁଷ୍ଠିତ ହୋଇ ଯୋଗ ଗୁରୁ ରଘୁନାଥ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବୈଠକରେ ଯୋଗ କେନ୍ଦ୍ର ସଭାପତି ରାଜେନ୍ଦ୍ର ମହାରଣା ଅଧ୍ୟକ୍ଷତା କରିଥିବା ବେଳେ କୃତ୍ତିବାସ ବିଶ୍ବାଳ, ସନ୍ୟାସୀ ମହାରଣା, କିଶୋର ଚନ୍ଦ୍ର ଗୁରୁ, ଡି.ଗୋପାଳ ଆଚାରୀ, ନିଳାଦ୍ରୀ ମହାରଣା, କେ. ସୁବାସ ଚନ୍ଦ୍ର ପାତ୍ର, ପ୍ରଭାକର ଦଲାବେହେରା, ଜି.ଅରବିନ୍ଦ ପାତ୍ର, ରାମହରି ମହାନ୍ତି ପ୍ରମୁଖ ଯୋଗର ଉପକାରୀତା ବିଷୟ ନେଇ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଯୋଗ ଗୁରୁ ରଘୁନାଥ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଇ.ବାଳକୃଷ୍ଣ ଦୋରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here