ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀର ସ୍ମାରକୀ ଓ ଖଲ୍ଲିକୋଟ ରାଣୀ ମା ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ରକ୍ତଦାନ ଶିବିର

0
346

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ କେ ବରିଡ଼ା ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୨୫ତମ ଶ୍ରାଦ୍ଧ ବାର୍ଷିକୀର ସ୍ମାରକୀ ଓ ଖଲ୍ଲିକୋଟ ରାଣୀ ମା ତଥା ପୂର୍ବତନ ବିଧାୟିକା ଭି ସୁଜ୍ଞାନ କୁମାରୀ ଦେଓଙ୍କ ୮୪ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ୨୦୨ ୟୁନିଟ୍ ରକ୍ତ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ମୋଟ ୫୧ ୟୁନିଟ୍ ରକ୍ତ ନେବାକୁ ରକ୍ତ ଭଣ୍ଡାର ପକ୍ଷରୁ କୁହାଯାଇଥିଲା । ଏଣୁ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତ ନଦେଇ ନିରାଶ ହୋଇ ଫେରିଥିଲେ । ବିଜେଡି ନେତା ସୀତାରାମ ପାଣିଗ୍ରାହୀଙ୍କ ତତ୍ବାବଧାନରେ ଅନୁଷ୍ଠିତ ଏହି ଶିବିରକୁ କେ ବରିଡ଼ା ସରପଞ୍ଚ ପୂଜା ପ୍ରଧାନ ଉଦଘାଟନ କରିଥିଲେ । ଏଥିରେ କେ ବରିଡ଼ା ସମିତି ସଭ୍ୟା ପୁଷ୍ପାଞ୍ଜଳୀ ଗୌଡ଼, ଖଣ୍ଡିଆନଈ ସମିତି ସଭ୍ୟା କୁନି ପଲେଇ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ କୁମାର ପାଣିଗ୍ରାହୀ, ମହେଶ୍ବର ଭୂୟାଁ, କୃଷ୍ଣ ଚନ୍ଦ୍ର ଗୌଡ଼, ଦୀନେଶ ମହାରଣା, ଭଗବାନ ପ୍ରଧାନ, ସନ୍ଯାସୀ ରଥ, ମୁନା ପଣ୍ଡା, ସନ୍ତୋଷ କୁମାର ରଥ, ଶ୍ରୀନିବାସ ରଥ, କାହ୍ନୁ ଚରଣ ରଥ, ଆଦିତ୍ୟ ରଥ, ଡମ୍ବରୁ ଦୋରା, ଛାୟାବତୀ ବେହେରା, ପିଙ୍କି ରାଉତଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିବା ସହିତ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ସୂଚନା ଥାଉକି, ପୂର୍ବତନ ବିଧାୟିକା ସୁଜ୍ଞାନୀ ଦେଓଙ୍କ ୮୪ତମ ଜନ୍ମ ଦିବସ ଉପଲକ୍ଷେ ତାଙ୍କର ସମର୍ଥକମାନେ ପୂର୍ବରୁ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିଲେ । ବର୍ତ୍ତମାନ କବିସୂର୍ଯ୍ୟନଗରର ପୂର୍ବତନ ବିଧାୟିକା ସୁଜ୍ଞାନୀ ଦେଓଙ୍କ ସମର୍ଥିତ ଗୋଷ୍ଠୀ ଏକତ୍ରିତ ହୋଇ ସକ୍ରିୟ ହେବାରେ ଲାଗିଥିବା ଜନସାଧାରଣରେ ଆଲୋଚନା ହେଉଛି । କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଭଳି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ । ସୁଜ୍ଞାନୀ ସମର୍ଥକ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର ଭାଗ୍ୟ ନିର୍ଦ୍ଧାରଣ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଯୁକ୍ତି ବାଢିଛନ୍ତି ।

LEAVE A REPLY

Please enter your comment!
Please enter your name here