କୋଦଳା ର ବିକାଶ ନିମନ୍ତେ କୋଦଳା ଏନଏସି ଅଧକ୍ଷ ଙ୍କ ପ୍ରୟାସ ଜାରି

0
347

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୋଦଳା ଏନଏସି କୁ ଉନ୍ନତ ମାନର ସହରରେ ପରିଣତ କରିବା ପାଇଁ ନବ ନିର୍ବାଚିତ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଙ୍କ ପକ୍ଷରୁ ଉଦ୍ୟମ ଜାରୀ ରହିଛି |ଶ୍ରୀ ନାୟକ ଦାୟିତ୍ୱ ନେବା ପରଠାରୁ ପ୍ରତ୍ୟେକ ସମୟରେ ଜନସାଧାରଣ ଙ୍କ ସୁଖ ଦୁଃଖ ରେ ସାମିଲ ହୋଇ ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି |ନିର୍ବାଚନ ପ୍ରତିଶୃତି ରକ୍ଷା ପୂବକ ପ୍ରତ୍ୟେହ ସମସ୍ତ ୱାର୍ଡ ପରିଦର୍ଶନ କରିବା ସହିତ ଲୋକଙ୍କ ସମସ୍ୟା କୁ ଗୁରୁତ୍ୱ ଦେଉଥିବାର ଦେଖାଦେଇଛି |ଏହା ସହ ରାସ୍ତା ଘାଟ ମରାମତି , ଡ୍ରେନ ନିର୍ମାଣ,ପୋଖରୀ ନିର୍ମାଣ ତଥା ସୌନ୍ଦର୍ଜିକରଣ,ଲୋକଙ୍କ ଆବାସ ଘର, ବାର୍ଦ୍ଧକ୍ୟ ଭତା ଭଳି ସମସ୍ୟା କୁ ଗୁରୁତ୍ୱ ଦେଇ ତତକ୍ଷଣାତ କାର୍ଯ୍ୟାନୁଷ୍ଠାନ ନୀୟାଜିବ ବୋଲି ପ୍ରତିଶୃତି ଦେଇଛନ୍ତି | ରବିବାର ଶ୍ରୀ ନାୟକ କୋଦଳା ର ଏକ ନମ୍ବର ୱାର୍ଡ (ନୂଆପଲ୍ଲୀ)ପରିଦର୍ଶନ କରି ବିଭିନ୍ନ ସମସ୍ୟା କୁ ପରଖିବା ସହିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ପ୍ରତିଶୃତି ଦେଇଥିଲେ | ଏହି କାର୍ଯ୍ୟକ୍ରମ ରେ
ଅଧ୍ୟକ୍ଷଙ୍କ ସମେତ ବିଜେପି କାର୍ଯ୍ୟକର୍ତା ସୁଧୀର ପରିଡା,ଭଗବାନ ସ୍ୱାଇଁ, ରବୀନ୍ଦ୍ର ପରିଡା ଓ ୱାର୍ଡ ବାସିନ୍ଦା ପ୍ରମୁଖ ଉପସ୍ଥିତ ଥିଲେ |

LEAVE A REPLY

Please enter your comment!
Please enter your name here