ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ଉଦଘାଟନ କଲେ ବିଧାୟକ

0
339

ବୁଗୁଡା : ବୁଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଏପ୍ରିଲ ୦୯ ତାରିଖ ଦିନ ବୁଗୁଡା ଶ୍ରୀ ବିରଞ୍ଚି ନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାକୁ ସ୍ଥାନୀୟ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଉଦଘାଟନୀ କାର୍ଯ୍ୟକ୍ରମ ରେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ ଓ ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତଥା ବ୍ଲକ ସଂଗଠନ ସମ୍ପାଦକ ରବିନାରାୟଣ ବାରିହା ଯୋଗଦେଇଥିଲେ। ଏହି ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ମୋଟ ୮୫ ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ୮୫ ଟି ମଧ୍ୟରୁ ପ୍ରଥାମିକ ବିଭାଗରୁ ୪୭ ଟି ପ୍ରକଳ୍ପ ଓ ମାଧ୍ୟମିକ ବିଭାଗରୁ ୩୮ ଟି ପ୍ରକଳ୍ପ ହୋଇଥିବା ଜଣାପଡିଛି। ପ୍ରାଥମିକ ବିଭାଗରୁ ତାଳସାକର ୟୁ.ପି. ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ସ୍ୱାଗତିକା ସ୍ବାଇଁ ଓ ବାଲିପଦର ୟୁ.ପି.ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ପ୍ରକୃତି ପ୍ରଧାନ ଦୁଇ ଜଣଙ୍କ ପ୍ରକଳ୍ପ ପୁରସ୍କୃତ ହୋଇଥିଲା। ମାଧ୍ୟମିକ ବିଭାଗରୁ ବୁଗୁଡା ଏସ.ବି.ଏନ. ବାଳିକା ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ଶ୍ରାବଣୀ ଗୌଡ଼ ଓ ଗୋଲିଆ ହାଇ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ରିସ୍ମାରାଣୀ ପ୍ରଧାନ ଦୁଇ ଜଣଙ୍କ ପ୍ରକଳ୍ପ ପୁରସ୍କୃତ ହୋଇଥିଲା। ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ଼ଃ ପ୍ରିୟବ୍ରତ ପ୍ରଧାନ ଓ ଅଧ୍ୟାପିକା ପ୍ରଜ୍ଞା ପରମିତା ସାହୁ ବିଚାରକ ଭାବେ କାର୍ଯ୍ୟ ସମ୍ପାଦନ କରିଥିଲେ। ଉଦଯାପନି କାର୍ଯ୍ୟକ୍ରମରେ ବିଇଓ ପ୍ରଶନ କୁମାର ବେହେରା ଅଧ୍ୟକ୍ଷତା କରିଥିବା ବେଳେ ଅତିଥି ଭାବେ ଏବିଇଓ ଶ୍ରୀ ସେନାପତି, ପ୍ରଧାନ ଶିକ୍ଷକ ଶ୍ରୀ ବାରିହା, ବିଚାରକ ଦ୍ୱୟ ଶ୍ରୀ ପ୍ରଧାନ ଓ ଶ୍ରୀମତୀ ସାହୁ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋରଞ୍ଜନ ଦାଶ, ପିପୁଲସ ହାଇ ସ୍କୁଲ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଗୌଡ଼ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here