କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ

0
265

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା)ପରୀକ୍ଷାକୁ ଚାପ ମୁକ୍ତ କରିବା ପାଇଁ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ଗୁରୁତ୍ଵ ଆରୋପ କରି ଆସୁଛନ୍ତି । ଏହି ଉଦ୍ଦେଶ୍ୟରେ ଗତ କାଲି ପରୀକ୍ଷା ପେ ଚର୍ଚ୍ଚାର ପଞ୍ଚମ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନମନ୍ତ୍ରୀ ଛାତ୍ର ଛାତ୍ରୀ ମାନଙ୍କୁ ଏକ ଚାପ ମୁକ୍ତ ବାତାବରଣ ମଧ୍ୟରେ ପରୀକ୍ଷା ଦେବା ପାଇଁ ଅନେକ ଉପଦେଶ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ସାରା ଦେଶରେ ଆଭାସି ମାଧ୍ୟମରେ ପ୍ରସାରିତ ହୋଇଛି । ଦେଶର ଅନେକ ବିଦ୍ୟାଳୟର ଛାତ୍ର ଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସିଧା ସଳଖ କଥା ହୋଇଛନ୍ତି । କେନ୍ଦ୍ରୀୟ ବିଦ୍ୟାଳୟ କନ୍ଧମାଳରେ ଏହା ବଡ଼ ପରଦାରେ ପ୍ରଦର୍ଶିତ ହୋଇଥିଲା। ଏଥିରେ ଅଂଶ ଗ୍ରହଣ କରି ଛାତ୍ର ଛାତ୍ରୀ ମାନେ ଖୁବ୍ ଉତ୍ସାହିତ ଅଛନ୍ତି।ଏହା ତାଙ୍କୁ ଆଗାମୀ ବୋର୍ଡ ପରୀକ୍ଷା ପାଇଁ ଖୁବ୍ ପ୍ରେରଣାଦାୟୀ ହେବ ବୋଲି ଛାତ୍ର ଛାତ୍ରୀ ମାନେ କହିଛନ୍ତି ।ଏହି କାର୍ଯ୍ୟକ୍ରମରେ ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ବୋଲି ଶିକ୍ଷକ ପ୍ରଶାନ୍ତ କୁମାର ମହପାତ୍ର ସୂଚନା ପ୍ରଦାନ କରିଛନ୍ତି । ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନାହର ସିଂ ମିନାଙ୍କ ତତ୍ତ୍ଵାବଧାନରେ ଶ୍ରୀ ପ୍ରଶାନ୍ତ କୁମାର ମହପାତ୍ର, ଶ୍ରୀ ଜ୍ଞାନଦେବ ଦେଶମୁଖ ଏବଂ ଶ୍ରୀ ଧର୍ମରାଜ୍ ବାରିକ୍ ଏହାକୁ ପରିଚାଳନା କରିଥିଲେ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here