ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଇ ପତ୍ରିକା ଉନ୍ମୋଚନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମ

0
354

ପୁରୀ:ପୁରୀ କପିଳେଶ୍ଵରର ଚତୁର୍ଥ ଶହ, ସ୍ୱାମୀ ବିବେକାନନ୍ଦ ଆନଗ୍ଲୋ ବେଦିକ ବିଦ୍ୟାଳୟ ପରିସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଚାରି ଟାଵଲ ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ସେବା ସଦନ, ଖୋର୍ଦ୍ଧା, ଭୁବନେଶ୍ୱର ଦ୍ୱିତୀୟ ଇ -ପତ୍ରିକା “ବନମହୋତ୍ସବ “ର ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ||ଉକ୍ତ ଉତ୍ସବ ରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ, ଉପଦେଷ୍ଟା ଶ୍ରୀଯୁକ୍ତ ପଦ୍ମନାଭତ୍ରିପାଠୀ (ପ୍ରଧାନ ଶିକ୍ଷକ )ତଥା ସମାଜ ସେବୀ ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ, ଶ୍ରୀମତୀ ସରସ୍ବତୀ ନାୟକ (ସମ୍ପାଦିକା, ପ୍ରଧାନ ଶିକ୍ଷୟିତ୍ରୀ ଓ କବି )ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟ କୁ ସାଫଲ୍ୟ ମଣ୍ଡିତ କରିଥିଲେ |ଉକ୍ତ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ସଭାପତି ତଥା ସମାଜ ସେବୀ ଶ୍ରୀଯୁକ୍ତ ଗଦାଧର ନାୟକ ଓ ଅନ୍ୟାନ୍ୟ ସହଯୋଗୀ ଶ୍ରୀମତୀ ସସ୍ମିତା ତରାଇ ଅନୁଷ୍ଠାନ ର କୋଷାଧକ୍ଷ, ଦୁର୍ଗା ପ୍ରସାଦ ନାୟକ, ଶୁଭ ପ୍ରସାଦ ନାୟକ, ସୁବାସ ଜେନା ଆଦି ଉପସ୍ଥିତ ରହି ଅନୁଷ୍ଠାନ ର କାର୍ଯ୍ୟକ୍ରମ କୁ ଉପଯୁକ୍ତ ସାମାଜିକ ଦୂରତ୍ବ ପୂର୍ବକ ସମାହିତ କରିଥିଲେ

LEAVE A REPLY

Please enter your comment!
Please enter your name here