ନିର୍ଭୟା କଡି, ମୋ ଗେହ୍ଲା ଝିଅ ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ

0
286

ବ୍ରହ୍ମପୁର: ବ୍ରହ୍ମପୁର ସହରାଞ୍ଚଳ ସିଡିପିଓ ଡିଭିଜନ ୨ ପକ୍ଷରୁ ନିର୍ଭୟା କଡି, ମୋ ଗେହ୍ଲା ଝିଅ ଏବଂ ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି ଅବସରରେ ସିଡିପିଓ ୨ର ସମସ୍ତ ଅଙ୍ଗନବାଡି କର୍ମୀ, ସହାୟିକାଙ୍କ ସମେତ ବହୁ ମହିଳା ସ୍ୱୟଂ ସହାୟିକା ଗୋଷ୍ଟୀର ସଦସ୍ୟମାନେ ସହରର ବିଭିନ୍ନ ବସ୍ତି ବୁଲି ସଚେତନତା କରାଇଥିଲେ । ଏହି କାର୍ଯ୍ୟକ୍ରମକୁ ସିଡିପିଓ ୨ର ଅଧିକାରିଣୀ ବିଜୟଲକ୍ଷ୍ମୀ ନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ଅବସରରେ ସମସ୍ତ କର୍ମୀଙ୍କ ସହ ଏକ ସଚେତନତା ରଥ ସହରର କାମ୍ପ ସାହି ଅଙ୍ଗନବାଡି କେନ୍ଦ୍ରରୁ ବାହାରି ସହରର ବିଭିନ୍ନ ବସ୍ତୀ ଅଢ୍ଚଳ ବୁଲିବା ସହ ମହିଳାମାନଙ୍କ ମଧ୍ୟରେ ବାଲ୍ୟ ବିବାହକୁ ରୋକିବା ସହ ନିର୍ଭୟା କଡି, ମୋ ଗେହ୍ଲା ଝିଅ କାର୍ଯ୍ୟକ୍ରମ ଉପରେ ସଚେତନତା କରାଇଥିଲେ । ବ୍ରହ୍ମପୁର ସହରାଞ୍ଚଳ ସିଡିପିଓ ଡିଭିଜନ ୨ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସିଡିପିଓ ବିଜୟଲକ୍ଷ୍ମୀ ନାୟକଙ୍କ ସମେତ ଡିସିପିଓ ଅଧିକାରୀ ସୁଦାମ ପାଣିଗ୍ରାହୀ, ମହିଳା ପରିଦର୍ଶିକା ଭବାନୀ ବେହେରା, ବିଜୟଲକ୍ଷ୍ମୀ ପାଢୀ, ବନଜା ବେହେରା, ମଞ୍ଚୁଲତା ତ୍ରୀପାଠୀଙ୍କ ସମେତ ସମସ୍ତ ଅଙ୍ଗନବାଡୀ କର୍ମୀ ଓ ସହାୟିକା ଉପସ୍ଥିତ ରହିଥିଲେ । ସେହିପରି ସିଡିପିଓ କାର୍ଯ୍ୟାଳୟର କର୍ମଚାରୀ ପ୍ରଶାନ୍ତ ମହାରଣା ଓ ପ୍ରମୋଦ ସେଠୀ ଏଥିରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here