ବାଇକ ଧକ୍କାରେ ସାଇକେଲ ଚାଳକ ମୃତ, ଦୁଇ ଆହତ

0
346

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଦଶମଇଲି ଛକ ନିକଟରେ ଏକ ବାଇକ୍ ଧକ୍କାରେ ଜଣେ ସାଇକେଲ ଚାଳକନଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଓ ପଛରେ ବସିଥିବା ବ୍ୟକ୍ତି ଆହତ ହୋଇ ଚିକିତ୍ସା ହେଉଛନ୍ତି । ମୃତକ ଜଣକ ହେଲେ ବେଲଗାଁ ପଞ୍ଚାୟତର ଚଞ୍ଚାଣିଆ ପଲ୍ଲୀ ଗ୍ରାମର ଦିଗମ୍ବର ସାହୁ (୫୪)। ଆହତ ମାନେ ବନ୍ଥପଲ୍ଳୀ ପଞ୍ଚାୟତର ଉସ୍ତାପଡ଼ା ଗ୍ରାମର କାଳୀ ଚରଣ ସ୍ବାଇଁ(୨୭) ଓ କନ୍ଦର୍ପ ସ୍ବାଇଁ (୨୫) । ଘଟଣାରୁ ଜଣା ପଡ଼ିଛି ଯେ ବାଇକ ଯୋଗେ କାଳୀ ଚରଣ ଓ କନ୍ଦର୍ପ ପୋଲସରା ଦିଗରୁ ସିଂହାସନୀ ଅଭିମୁଖେ ଯାଉଥିବା ବେଳେ ଦଶମଇଲି ଛକ ନିକଟରେ ମାର୍ଚ୍ଚ ୨୨ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ତିନିଟା ସମୟରେ ସାଇକେଲକୁ ବାଇକ ଧକ୍କା ଦେଇଥିଲା। ସାଇକେଲ ଆରୋହି ଓ ଦୁଇ ବାଇକ ଆରୋହି ରାସ୍ତାରେ ପଡିଯାଇଥିଲେ। ସାଇକେଲ ଆରୋହୀଙ୍କୁ ଗୁରୁତର ଆହତ ଅବସ୍ଥାରେ ଓ ଆହତ ଦୁଇ ବାଇକ ଆରୋହୀଙ୍କୁ ଆମ୍ବୁଲାନ୍ସ ଦ୍ୱାରା ପୋଲସରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଦିଗମ୍ବର ସାହୁଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ଦୁଇ ବାଇକ୍ ଆରୋହୀ ଆହତ ହୋଇଛ ପୋଲସରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ପୋଲସରା ପୋଲିସ ଦିଗମ୍ବର ସାହୁଙ୍କ ମରଶରୀର ଓ ବାଇକ ଜବତ କରିବା ସହ ପୋଲସରା ପୋଲିସ ଥାନା କେସ ନଂ ୧୧୯/୨୨ ପ୍ରକାରେ ଏକ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିଛନ୍ତି। ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here