୧୭, ୧୮ ଓ ୧୯ ୱାର୍ଡରେ ବିଧାୟକଙ୍କ ନିର୍ବାଚନ ପ୍ରଚାର

0
421

ପୋଲସରା : ମାର୍ଚ୍ଚ ୨୪ ତାରିଖରେ ପୌରସଭା ପାଇଁ ସାରା ଓଡ଼ିଶାରେ ନିର୍ବାଚନ ଅନୁଷ୍ଠିତ ହେବାକୁଯାଉଛି। ସେହି ପରିପ୍ରେକ୍ଷୀରେ ପୋଲସରା ଏନଏସି ରେ ନିର୍ବାଚନ ପ୍ରଚାର ଜୋର ଧରିଛି। ଗତ ନିର୍ବାଚନରେ ପୋଲସରା ଏନଏସି ବିଜେଡି ଅକ୍ତିଆରରେ ରହିଥିଲା। ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉଦ୍ୟମରେ ପୋଲସରା ଏନଏସି ରେ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ହେବାସହ ବହୁ ଜନହିତକର ଯୋଜନା କାର୍ଯ୍ୟକାରୀ ହୋଇଅଛି। ନିର୍ବାଚନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଓ ଜନହିତକର ଯୋଜନା ଏବଂ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନସଂପର୍କ କୁ ଆଧାର କରି ପୁଣି ପୋଲସରା ପୌରସଭା ଅକ୍ତିଆର କରିବାକୁ ବିଜୁ ଜନତା ଦଳ ଦୃଢ଼ ଆଶାବାଦୀ ଅଛି। ହୋଲି ପାଳନ ପରେ ଅପରାହ୍ନରେ ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଏନଏସି ର ୧୭, ୧୮ ଓ ୧୯ ନମ୍ବର ୱାର୍ଡରେ ଜୋରଦାର ନିର୍ବାଚନ ପ୍ରଚାର କରି ବିଜେଡି ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ। ୧୭ ନଂ ୱାର୍ଡରେ ବିଜେଡି ପ୍ରାର୍ଥୀ ଭାବେ ବିଶିଷ୍ଟ ଯୁବ ସମାଜସେବୀ ତଥା ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା ପ୍ରତିଦ୍ୱନ୍ଦିତା କରୁଛନ୍ତି। ୧୭ ନମ୍ବର ୱାର୍ଡରେ ପଥପ୍ରାନ୍ତ ସଭା ଓ ପ୍ରଚାର ବେଳେ କାଉନସିଲର ପ୍ରାର୍ଥୀ ସନ୍ତୋଷ କୁମାର ବେହେରା ଓ ଅଧ୍ୟକ୍ଷା ପ୍ରାର୍ଥୀନୀ ସଙ୍ଗୀତା ବେହେରାଙ୍କ ସପକ୍ଷରେ ବହୁ ଜନସାଧାରଣ ଅଂଶ ଗ୍ରହଣ କରି ବିଜେଡି ପ୍ରତି ସମର୍ଥନ ପ୍ରଦାନ କରିଥିଲେ । ବିଧାୟକଙ୍କ ସମେତ ଶ୍ରୀ ବେହେରା ଓ ଶ୍ରୀମତୀ ବେହେରା ଘରକୁ ଘର ବୁଲୁ ପ୍ରଚାର ବେଳେ ଜନସାଧାରଣ ଭବ୍ୟ ସମ୍ବର୍ଦ୍ଧନା ଦେଉଥିବା ଦେଖିବାକୁ ମିଳିଥିଲା। ସେହିପରି ୧୮ ନଂ ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀନୀ ମିନତୀ ପଟ୍ଟନାୟକ ଓ ୧୯ ନମ୍ବର ୱାର୍ଡ ବିଜେଡି କାଉନସିଲର ପ୍ରାର୍ଥୀନୀ ବବିତା କୁମାରୀ ମହାପାତ୍ର ଏବଂ ଅଧ୍ୟକ୍ଷା ପ୍ରର୍ଥୀନୀ ସଙ୍ଗୀତ ବେହେରାଙ୍କ ପାଇଁ ବିଧାୟକ ଶ୍ରୀ ସାହୁ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନଙ୍କ ସମେତ ବହୁ ବିଜେଡି କର୍ମକର୍ତ୍ତା ଘରକୁ ଘର ବୁଲୁ ଭୋଟ ଭିକ୍ଷା କରିଥିଲେ। ପଥପ୍ରାନ୍ତ ସଭାରେ ବିଧାୟକ
ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here