କେ.ପ୍ରିୟଦର୍ଶନୀ ଆଚାରୀ ବୁଗୁଡା ବ୍ଲକ ଅଧ୍ୟକ୍ଷା ନିର୍ବାଚିତ

0
449

ବୁଗୁଡା : ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକ ଅଧ୍ୟକ୍ଷା ଭାବେ ବାଲିପଦର ପଞ୍ଚାୟତ ସମିତି ସଭ୍ୟା କେ.ପ୍ରିୟଦର୍ଶନୀ ଆଚାରୀ ନିର୍ବାଚିତ ହୋଇଥିବା ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ତନ୍ମୟ ପାତ୍ର ଘୋଷଣା କରିଛନ୍ତି। ବିଜେଡି ସମର୍ଥୀତ ସମିତି ସଭ୍ୟା ଭାବେ କେ.ପ୍ରିୟଦର୍ଶନୀ ଅଧ୍ୟକ୍ଷା ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବିଜେପି ସମର୍ଥୀତ ବିରଞ୍ଚିପୁର ସମିତି ସଭ୍ୟା ଅଳକା ନନ୍ଦ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ବୁଗୁଡା ବ୍ଲକର ମୋଟ ୨୧ ଟି ପଞ୍ଚାୟତର ସମିତି ସଭ୍ୟା ସଭ୍ୟଙ୍କ ମଧ୍ୟରୁ ବିଜୟିନୀ ହୋଇଥିବା ବିଜେଡି ସମର୍ଥୀତ ପ୍ରାର୍ଥୀନୀ କେ.ପ୍ରିୟଦର୍ଶନୀ ଆଚାରୀ ମୋଟ ୧୭ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦୀ ବିଜେପି ସମର୍ଥୀତ ପ୍ରାର୍ଥନୀ ମାତ୍ର ୪ ଖଣ୍ଡ ଭୋଟ ପାଇଛନ୍ତି। ବିଜେଡି ଅଧ୍ୟକ୍ଷା ଭାବେ କେ.ପ୍ରିୟଦର୍ଶନୀ ଆଚାରୀ ନିର୍ବାଚିତ ହେବା ପରେ ବିଜେଡି କର୍ମୀ ଓ ନେତାଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବିଧାୟକ ଶ୍ରୀକାନ୍ତ ସାହୁ ମହୋଦୟଙ୍କ ନେତୃତ୍ୱରେ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ସମସ୍ତ ବିଜେଡି ସମର୍ଥୀତ ନବନିର୍ବାଚିତ ସମିତି ମେମ୍ବର, ସରପଞ୍ଚ, ୱାର୍ଡ ମେମ୍ବର, ବ୍ଲକ ସଭାପତି ମଦନ ଗୋପାଳ ଦୋରାଙ୍କ ସମେତ ବହୁ ନେତା ଓ କର୍ମୀ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here