ରାଷ୍ଟ୍ରୀୟ ସମ୍ମାନ ସହ ସହୀଦ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

0
328

ଭଞ୍ଜନଗର: ବିଏସଏଫ ଯବାନ ଭାବେ ତ୍ରିପୁରାରେ କାଯ୍ୟରତ ଥିଲେ । ଗତ କିଛି ଦିନ ତଳେ ମଣିପୁରରେ ନିର୍ବାଚନ ଡିଉଟିରେ ନିୟୋଜିତ ଥିବା ବେଳେ ଭଞ୍ଜନଗର ବ୍ଲକ ଗାଲେରୀ ଗ୍ରାମର ବିଏସଏଫ ଯବାନ ରବୀନ୍ଦ୍ର ନାଥ ସାହୁ ଙ୍କ ୬ ତାରିଖରେ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ବର୍ଗ କୁ ସୂଚନା ଦିଆଯାଇଥିଲା। ଗତକାଲି ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ କୋଲକାତା ରୁ ଭୁବନେଶ୍ୱର ଶବ ପହଂଚିବା ପରେ ଆଜି ଭୋର ସକାଳ ସମୟରେ ଏକ ଗାଡିରେ ଜନ୍ମ ମାଟି ଗାଲେରୀ ଗ୍ରାମକୁ ଅଣାଯାଇଥିଲା। ଜନ୍ମ ମାଟି ଗାଲେରୀ ଗ୍ରାମରେ ଶୋକର ଛାୟା ଖେଳିଯାଇଥିବା ବେଳେ ଏକ ଭାବବିହୁଳ ପରିବେଶରେ ସହୀଦ ଯବାନଙ୍କ ପାଇଁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହା ପରେ ନିକଟସ୍ଥ ସ୍ୱଶାନ ଠାରେ ରାଷ୍ଟ୍ରୀୟ ସମ୍ମାନ ସହିତ (ଗାର୍ଡ ଅଫ ଅନର) ତୋପ ସଲାମୀ ଦିଆଯାଇଥିଲା । ବିଏସଏଫ ଅଧିକାରୀ,ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା ଙ୍କ ସମେତ ପୋଲିସ କର୍ମଚାରୀ ବହୁ ଜନସାଧାରଣ ଉପସ୍ଥିତ ରହି ସହୀଦ ଯବାନ ରବୀନ୍ଦ୍ର ନାଥ ସାହୁ ଅମର ରହେ ଧ୍ୱନି ସହ ବିଦାୟ ଦେଇଥିଲେ। ପୁତୁରା କେଦାର ନାଥ ସାହୁ ମୁଖାଙ୍ଗନୀ ଦେଇଥିଲେ ।

ରିପୋର୍ଟ:ନିଲୁ ବିଶୋୟୀ

LEAVE A REPLY

Please enter your comment!
Please enter your name here