ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର

0
277

ଭଞ୍ଜନଗର : ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବରାଡି ଗାଁ ନିକଟ ବୋଡା ନଦୀରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ନଦୀ ମଧ୍ୟରେ ଶିଶୁ କନ୍ୟାର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ ଏହି ନବଜାତ ଶିଶୁ କନ୍ୟାକୁ କେହି ଏଠାରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଥିବା ବେଳେ କେଉଁ ପରିସ୍ଥିତିରେ ଏଠାରେ ଫୋପାଡ଼ିଲେ ଓ କିଏ ତାହା ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କଠାରୁ ଖବର ପାଇବା ପରେ ଭଞ୍ଜନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here