ଖଲ୍ଲିକୋଟ କଲେଜ ଛକଠାରେ ନେତାଜୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଦାବୀ

0
244

ବ୍ରହ୍ମପୁର: ଗତକାଲି ବ୍ରହ୍ମପୁର ସ୍ଥିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି କୌଣସି ଦୁର୍ଘଟଣାରେ ଭାଙ୍ଗିଯିବା ଫଳରେ ବ୍ରହ୍ମପୁରବାସୀ ତଥା ସମସ୍ତ ନେତାଜୀପ୍ରେମୀଙ୍କ ମନକୁ ଗଭୀର କଷ୍ଟ ହୋଇଛି l ଛାତ୍ର, ଯୁବକ, ମହିଳାଙ୍କ ସମେତ କୃଷକ ଶ୍ରମିକ ତଥା ସମସ୍ତ ଜନସାଧାରଣଙ୍କ ମନରେ ଆଜି ମଧ୍ୟ ନେତାଜୀ ଜୀବିତ ଅଛନ୍ତି l ନେତାଜୀଙ୍କ ଆପୋଷହୀନ ଚିନ୍ତାଧାରା ଆଜି ବି ଆଦର୍ଶଗତ ରାଜନୀତିକୁ ବଞ୍ଚାଇରଖିଛି l ରାଜନୀତିକୁ ବ୍ୟବସାୟ ଭାବେ କିଛି ଦଳ ବ୍ୟବହାର କରୁଥିଲେ ବି ଆଜି ମଧ୍ୟ ରାଜନୀତି ଦେଶସେବାର ଏକ ସର୍ବୋଚ୍ଚ ମାଧ୍ୟମ ଭାବେ ପରିଗଣିତ l ନେତାଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଛାତ୍ର ଯୁବକଙ୍କ ପାଇଁ ନେତାଜୀଙ୍କ ଏକ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ଖଲ୍ଲିକୋଟ କଲେଜ ଛକଠାରେ ସ୍ଥାପନ କରାଯିବାକୁ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ଦାବୀ କରିଆସୁଛି l ଏଥିପୂର୍ବରୁ ମଧ୍ୟ ପୂଜ୍ୟ ପୂଜା ସମିତି ଅନେକଥର ଏହି ଦାବୀ କରିଆସୁଛି ଓ ଗତଦିନରେ ଡଃ. ଅଜିତ ମିଶ୍ର କମିଶନର ଥିବାବେଳେ ନେତାଜୀଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଯାଇଥିବାରୁ ପୂଜ୍ୟ ପୂଜା ସମିତି ତାର ଲଗାତାର ପ୍ରତିବାଦ କରିବା ପରେ ଉକ୍ତ ପ୍ରତିମୂର୍ତ୍ତିକୁ ନିର୍ମାଣ କରାଯାଇଥିଲା l ଗତକାଲି ମହାନଗର ନିଗମ କମିଶନର ଶୀଧେସ୍ୱର ବଳିରାମ ବୋନ୍ଦର ସେହିସ୍ଥାନରେ ହିଁ ପ୍ରତିମୂର୍ତ୍ତି ସ୍ଥାପନ କରାଯିବବୋଲି ଯେଉଁ ବିବୃତ୍ତି ଦେଇଛନ୍ତି, ତାହା କୌଣସି ମାତ୍ରାରେ ଗ୍ରହଣୀୟ ନୁହଁ କାରଣ ପ୍ରତିମୂର୍ତ୍ତିଥିବା ସ୍ଥାନଟି ଅତ୍ୟନ୍ତ ଟ୍ରାଫିକ ବହୁଳ ଜାଗା ହୋଇଥିବାରୁ ସ୍ମୃତିଚାରଣ ବେଳେ ସମସ୍ୟା ଦେଖାଯାଉଛି, ଏଣୁ ସ୍ଥାନ ପରିବର୍ତ୍ତନର ନିହାତି ଆବଶ୍ୟକ ରହିଛି ବୋଲି ଆଜି ସମିତିର ସଭାପତି ବଂଶୀଧର ଭୂୟାଁ,ସମାଜସେବୀ ଗଗନ ଚନ୍ଦ୍ର ମଲ୍ଲିକ, ପ୍ରଶାନ୍ତ କୁମାର ପଣ୍ଡା,ଏସ.ଶାମ୍ବାଶିବା ରାଓ ଏକ ପ୍ରେସ ବିବୃତ୍ତିରେ ନେତାଜୀଙ୍କ ପୂର୍ଣ୍ଣାଙ୍ଗ ପ୍ରତିମୂର୍ତ୍ତି ସ୍ଥାନୀୟ ଖଲ୍ଲିକୋଟ କଲେଜ ଛକ ଯାହା ସରକାରୀ ମହିଳା ମହାବିଦ୍ୟାଳୟର ପାଚେରୀକୁ ଲାଗି ଥିବା ସ୍ଥାନରେ ସ୍ଥାପନ କରାଯିବାକୁ ଦାବୀ କରିଛନ୍ତି l

LEAVE A REPLY

Please enter your comment!
Please enter your name here