ରୋଡ଼ ଗାତରେ ବହୁ ଦୁର୍ଘଟଣା: ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବୀ

0
281

ବ୍ରହ୍ମପୁର: ବ୍ରହ୍ମପୁର ମହାନଗରର ସମସ୍ୟା ସଂମ୍ପର୍କରେ ବହୁବାର ଅନେକ ବିଷୟ ନେଇ ଆଲୋଚନା ହେଉଛି। ନୂଆଁ ବସଷ୍ଟାଣ୍ଡ ନିକଟରେ ଥିବା ବଡ଼ ମେଡିକାଲର ଦ୍ବିତୀୟ ଗେଟ ବହୁ ବର୍ଷ ଧରି ବନ୍ଦ ଥିବା ବେଳେ ଗେଟର ଉଭୟ ପାର୍ଶ୍ଵରେ ଥିବା ନାଳ ଉପରେ ଘୋଡଣି ନଥିବା/ଭାଙ୍ଗି ଯାଇଥିବା ଫଳରେ ଉକ୍ତ ରାସ୍ତା ଦେଇ ଯାତାୟତ ହେଉଥିବା ଶତାଧିକ ଦୁଇ ଚକିଆ ଗାଡ଼ି ଉକ୍ତ ଗାତ ମଧ୍ୟରେ ପଡ଼ି ଦୁର୍ଘଟଣାର ଶିକାର ହେଉଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଆଜି ସକାଳୁ ସକାଳୁ । ଏକ ଛାତ୍ର ଉକ୍ତ ଗାତରେ ପଡି ମୃତ୍ୟୁ ମୁଖରୁ ଅଲ୍ପକେ ବର୍ତ୍ତିଯାଇଥିଲେ । ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଦୁର୍ଘଟଣାକୁ ଏଡାଇ ଦେଇ ହେଇପାରିବ ବୋଲି ଅଞ୍ଚଳବାସୀ ତଥା ବଡ଼ ମେଡ଼ିକାଲ ଉପରେ ନିର୍ଭର କରି ଉକ୍ତ ରାସ୍ତା ଦେଇ ଚଳପ୍ରଚଳ କରୁଥିବା ରୋଗୀଙ୍କ ସମ୍ପର୍କୀୟ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here