ସଡକ ଦୁର୍ଘଟଣାରେ ମୃତ ଯୁବକଙ୍କ ଶବ ଉଦ୍ଧାର

0
261

ପୋଲସରା : ପୋଲସରା ଥାନା ଅନ୍ତର୍ଗତ ସୁନାରି ବୁଗୁଡା ଗ୍ରାମର ପୋଖରି ନିକଟସ୍ଥ ଧାନ ବିଲ ନିକଟରୁ ଶୁକ୍ରବାର ଦିନ ସକାଳେ ପୋଲସରା ପୋଲିସ ଜଣେ ଯୁବକର ମର ଶରୀରକକୁ ଉଦ୍ଧାର କରଛି। ମୃତ ଯୁବକ ଜଣକ ପୋଲସରା ଥାନା ଅନ୍ତର୍ଗତ ଚିରିକିପଡା ଶାସନ ଗ୍ରାମର କବିରାଜ ସାହୁଙ୍କ ପୁଅ ବାପିନି ସାହୁ ବୋଲି ଚିହ୍ନଟ ହୋଇଛି। ଯୁବକର ଶବ ନିକଟରେ ଗୋଟିଏ ମୋଟର ସାଇକେଲ ପଡି ଥିବାରୁ ଗୁରୁବାର ଦିନ ବିଳମ୍ବିତ ରାତିରେ ବାପିନି ସାହୁ ଅଜଣା ଗାଡ଼ି ଧକ୍କାରେ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ପୋଲସରା ପୋଲିସ ଶବକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପଶି ପଠାଇଛନ୍ତି। ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଘଟଣାର ପ୍ରକୃତ କାରଣ ଜଣାପଡିବ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here