ଅର୍ଥନୀତି ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ସମ୍ମିଳନୀ

0
313

ବୁଗୁଡା :ବୁଗୁଡା ପିପୁଲସ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ଜାନୁଆରୀ ୦୭ ତାରିଖ ଦିନ ଅଭିଭାବକ – ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ପିଟିଏ ସମ୍ମିଳନୀକୁ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଉଦଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଇଣ୍ଟରନାଲ କ୍ବାଲିଟ ଆସ୍ୟୁରାନ୍ସ ସେଲ( IQAC ) ର ସଂଯୋଜକ ତଥା ଆଇଆରପିଏମ ମୁଖ୍ୟ ଅଧ୍ୟପାକ ପ୍ରଭଞ୍ଜନ ମୁନି ଓ ସହସଂଯୋଜକ ତଥା ଇଂରାଜୀ ବିଭାଗ ମୁଖ୍ୟ ଅଧ୍ୟପାକ ଆତ୍ମାପ୍ରକାଶ ନାୟକ ଯୋଗଦେଇଥିଲେ। ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟପାକ ଅଜୟ କୁମାର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ବୃନ୍ଦ ଉପସ୍ଥିତ ଅଭିଭାବକ ବୃନ୍ଦଙ୍କୁ ନିଜ ସନ୍ତାନର ଶିକ୍ଷା ଓ ନୈତିକଗୁଣର ଉନ୍ନତି ପାଇଁ ଅଭିଭାବକ ଓ ଶିକ୍ଷକ ଉଭୟଙ୍କ ଦାୟିତ୍ୱ ରହିଥିବା ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ପାଇଁ ଶିକ୍ଷକମାନଙ୍କ ଠାରୁ ଅଭିଭାବକ ବୃନ୍ଦଙ୍କ ଗୁରୁ ଦାୟିତ୍ୱ ରହିଛି। ଯେହେତୁ ଛାତ୍ରଛାତ୍ରୀ ବୃନ୍ଦଙ୍କ କଲେଜରେ ଶିକ୍ଷା ଗ୍ରହଣ ସମୟ ଅପେକ୍ଷା ବାହାରେ ବା ଘରେ ରହିବା ସମୟ ଅଧିକ ଅଟେ। ଏଥିସହ ନିଜର ସନ୍ତାନ କଲେଜରେ ନିୟମିତ ଉପସ୍ଥାନ ବିଷୟ ନେଇ ଅଭିଭାବକମାନେ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ସହ ଯୋଗାଯୋଗ ରଖିବାକୁ ପରାମର୍ଶ ଦେଇଥିଲେ। ପିଟିଏ ବୈଠକରେ ଅର୍ଥିନୀତି ବିଭାଗ ଅଧ୍ୟପିକା ଭି ସନ୍ତୋଷି ରାଜୁ ଉପସ୍ଥିତ ଥିବାବେଳେ ଅଧ୍ୟପାକ ଅନିଲ କୁମାର ସେଠୀ ଧନ୍ୟବାଦ ପ୍ରଦାନ କରିଥିଲେ। ବିଭାଗର ଅନ୍ୟ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here