ମାଣିତରା ଉଚ୍ଚ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

0
262

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟରେ ଜାନୁଆରୀ ୧୭ ତାରିଖ ଦିନ ପୋଷାକ ଓ ଜୋତା ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏହି ମେଳା ଅନୁଷ୍ଠିତ ହୋଇଥିଲା। ମୁଖଅତିଥି ଭାବେ ଶିକ୍ଷାବିତ ତଥା ସାମ୍ବାଦିକ ଅନିଲ କୁମାର ମହାରଣା ଯୋଗଦେଇ ମେଳାକୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥିଭାବେ ଏସଏମସି ସଭାପତି ପାଣ୍ଡବ ପ୍ରଧାନ, ବରିଷ୍ଠ ଶିକ୍ଷକ ପ୍ରଫୁଲ କୁମାର ରାଉତ, ଅବସର ପ୍ରାପ୍ତ କିରାଣୀ ଭଗବାନ ଜେନା ଯୋଗଦେଇଥିଲେ। ଅତିଥି ବୃନ୍ଦ ଛାତ୍ରଛାତ୍ରୀ ମାନେ ମାତା, ପିତା ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭକ୍ତି କରିବା ସହ ଉତ୍ତମ ଭାବେ ଶିକ୍ଷା ଗ୍ରହଣ କରି ଉତ୍ତମ ନାଗରିକ ହେବାକୁ ପରାମର୍ଶ ଦେଇଥିଲେ। ସରକାରୀ ବିଦ୍ୟାଳୟରେ ଅଧ୍ୟୟନ କରିବା ଦ୍ୱାରା ଯେଉଁ ସବୁ ସୁବିଧା ଉପଲବ୍ଧ ମିଳୁଛି ତାହାର ସଦୁପଯୋଗ କରିବାକୁ ପ୍ରକାଶ କରିଥିଲେ। କୋଭିଡ ନିୟମ ଅନୁସରଣ କରି ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୋଷାକ ଓ ଜୋତା ବାଣ୍ଟିଥିଲେ। ଶିକ୍ଷକ ଗୋପାଳ ଚନ୍ଦ୍ର ନାୟକ ସଂଯୋଜନା କରିଥିବା ବେଳେ ଶିକ୍ଷକ ଖଦାଳ ରାଉତ ଓ ପ୍ରଣବ ମହାନ୍ତି ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here