ଆମ ଅସ୍ମିତା ପତ୍ରିକା ଓ ଓଡ଼ିଆ ମାଟିର ଯୋଦ୍ଧା ଗୀତ ଉନ୍ମୋଚନ ଉତ୍ସବ

0
258

ବ୍ରହ୍ମପୁର:ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଆକୁଶପୁର ସ୍ଥିତ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟ କନ୍ଫରେନ୍ସ ହଲ୍ ପରିସରରେ ଆଜି ପ୍ରଥମ ସ୍ପର୍ଶରେ ନୂଆ ସମ୍ଭାବନା ଉଦ୍ଦୀପନା ନେଇ ଇଶା ପବ୍ଲିକେଶନ ତରଫରୁ ବାର୍ଷିକ ବିଶେଷାଙ୍କ ଓଡ଼ିଶା ସାହିତ୍ୟ କଳା ସଂସ୍କୃତିର ବାଣୀ ଭଣ୍ଡାରକୁ ଋଦ୍ଧିମନ୍ତ କରିବାକୁ ଯାଇ ଏକ ନୂତନ ସଂସ୍କରଣ ଆମ ଅସ୍ମିତାର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅନ୍ୟ ଏକ ଗୀତ ଓଡ଼ିଆ ମାଟିର ଯୋଦ୍ଧା ମଧ୍ୟ ଉନ୍ମୋଚନ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ଈଶା ପରିବାରର ପରିଚାଳନା ମୁଖ୍ୟ ଇଂ. ସନ୍ୟାସୀ ମହାରଣାଙ୍କ ସମ୍ପାଦନାରେ ପ୍ରସ୍ତୁତ ଆମ ଅସ୍ମିତା ପତ୍ରିକାର ଶୁଭ ଉନ୍ମୋଚନ ଉତ୍ସବରେ ସାହିତ୍ୟିକ ତଥା ସଂସ୍କୃତି ଗବେଷକଙ୍କ ଡା. ପ୍ରଦୀପ୍ତ ଚନ୍ଦ୍ର ସିଂହଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ତଥା ମଞ୍ଚ ଚଳଚ୍ଚିତ୍ର ନିର୍ଦ୍ଦେଶକ ମେଜର ରମାରମଣ ପାଢ଼ୀ ମୁଖ୍ୟ ଉଦଘାଟକ ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଅତିଥି ରୂପେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼ଃ ଭଗବାନ ସାହୁ ଯୋଗ ଦେଇଥିଲେ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲୋକ ସଂସ୍କୃତି ଗବେଷକ ଡ଼ଃ ବାୟାମନୁ ଚର୍ଚ୍ଚି ଯୋଗ ଦେଇଥିଲେ । ଏଥିରେ ସମ୍ମାନିତ ବକ୍ତା ଅତିଥି ରୂପେ କଳିଙ୍ଗ ଟିଭିର ଦକ୍ଷିଣ ଓଡ଼ିଶା ବ୍ୟୁରୋ ଚିଫ ପ୍ରକାଶ ପଟ୍ଟନାୟକ ,ବିଶିଷ୍ଟ ଅତିଥି ଭାବେ କବିରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁର୍ବେଦ ମହାବିଦ୍ୟାଳୟର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିମଲ କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ ରୂପେ ଓସ୍ କାର୍ଡ ବ୍ୟାଙ୍କର ପ୍ରାକ୍ତନ ଅଧ୍ୟକ୍ଷ ଯୋଗେନ୍ଦ୍ର ସାଇଁ ଯୋଗ ଦେଇଥିଲେ । ଏହି ଉତ୍ସବ ଅବସରରେ ତ୍ରିପାତି ନାୟକ, ସତ୍ୟବ୍ରତ ଦାସ, ଅଭେନ୍ଦୁ ଶେଖର ପଟ୍ଟନାୟକ, ଡା. ଚନ୍ଦନ ଗନ୍ତାୟତ, ରାମେଶ୍ୱରୀ ନନ୍ଦ,ସମାଜ ସେବୀ ତଥା ଯୁବ ନେତା ଏମ୍ ନିରଞ୍ଜନ ରେଡ୍ଡୀ, ମାଧବ ରାଉତ, ସୁମନ୍ତ ଚର୍ଚ୍ଚି,ନାରୀନେତ୍ରୀ ତଥା ମହିଳା ସମାଜସେବୀ କ୍ରାନ୍ତି କୁମାରୀ ଦେବୀ, ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ , ରୁଦ୍ରରୁପା ବ୍ରହ୍ମା, ଦିଲୀପ ମହାରଣା ,ଟିକିରି ବେହେରା, ରାଧାକାନ୍ତ ନାୟକ , ନର୍ଷିଙ୍ଘ ରଣା, ଗୋଧୂଳି ନାୟକ ପ୍ରମୂଖ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଆମ ଅସ୍ମିତା ପରିବାର ର ସଭାପତି ରିତା ରାଣୀ ମହାରଣା ,ଉପସଭାପତି ଡାକ୍ତର ସି ଏଚ୍ ମନୋଜ କୁମାର ପାତ୍ର ,ଭାଗିରଥି ମହାରଣା ,ରାଜେନ୍ଦ୍ର ପ୍ରସାଦ ମହାରଣା ,ସଦାନନ୍ଦ ସାହୁ ,ଦୟାନନ୍ଦ ସାହୁ ,ଜି ହରି ରେଡି ,ସାଗର ମହାରଣା ,ଲକ୍ଷ୍ମୀ ନାରାୟଣ ପାଢ଼ୀ ,ଗୌରୀ ଶଙ୍କର ତ୍ରିପାଠୀ ,ଅଙ୍କିତ ମହାରଣା ,ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here