ଗଞାମ ଜିଲ୍ଲା ମହିଳା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ

0
258

ଵ୍ରହ୍ମପୁର: ବୁଧବାର ଦିନ ୧୧ ବେଳେ ରଙ୍ଗେଇଲୁଣ୍ଡା ବ୍ଲକ ରେ G.maxରିସୋର୍ଟ୍ଟ ଠାରେ ଗଞାମ ଜିଲ୍ଲା ମହିଳା ବିଜୁ ଜନତା ଦଳର ପରିବର୍ଦ୍ଧିତ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି ।
ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ଦଳ ର ସୁପ୍ରିମୋ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କୋଭିଡ଼ ନିୟମ ପାଳନ କରି ଅତି ଅଳ୍ପ ସଖ୍ୟକ ନେତ୍ରୀ ମାନଙ୍କୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀ ରେ ନିଜ ନିଜ ମାନ୍ୟବର ବିଧାୟକ ଓ ବିଧାୟିକାଙ୍କ ତତ୍ଵାବଧନ ରେ ଏହି କାର୍ଯ୍ୟକ୍ରମ ସମଗ୍ର ଜିଲ୍ଲାରେ ପରିଚାଳିତ ହୋଇ ଯାଇଅଛି।
ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ତଥା ମାନ୍ୟବର ଜାଯପୁର ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ ଏହି କାର୍ଯ୍ୟକ୍ରମ କୁ ଭର୍ଚୁଆଲ ମାଧ୍ୟମରେ ଉଦ୍ଘାଟନ କରି ମହିଳା ମାନେ ଯେ ବିଜୁ ଜନତା ଦଳ ର ସମ୍ନାନ ଓ ଶକ୍ତି । ଓ ଗଞାମ ମାନ୍ୟବର ମୂଖ୍ୟମନ୍ତ୍ରୀ ତଥା ଦଳ ର ସୁପ୍ରିମୋ ଙ୍କ ନିଜ ପ୍ରତିନିଧିତ୍ଵ ଅଞ୍ଚଳ ର ଏହି Digital ପରିବର୍ଦ୍ଧିତ କାର୍ଯ୍ୟକରିଣୀ ସଭା ଏକ ଅନନ୍ୟ କାର୍ଯ୍ୟକ୍ରମ ଥିଲା ଯାହା କି ଅନ୍ୟ ଅଞ୍ଚଳ ପାଇଁ ଉଦାହରଣ ସାଜିବ ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗୀନୀ ଛୁରିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୁ ଜନତା ଦଳ ରେ ମହିଳା ନେତ୍ରୀ ମାନଙ୍କ କର୍ତ୍ତବ୍ୟ ଓ ଅଧିକାର ତଥା ନିର୍ବାଚନ ରେ ମହିଳା ନେତ୍ରୀ ମାନଙ୍କ ଭୂମିକା ବିଷୟରେ ବିସ୍ତୃ ଭାବେ ନିଜ ମନ୍ତବ୍ୟ ରଖିଥିଲେ ।
ଇସ୍ପାତ ଓ ଖଣିଜ ମନ୍ତ୍ରୀ ତଥା ଗଞାମ ଜିଲ୍ଲା ପ୍ରଜବେକ୍ଷେବ , ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ , ଜିଲ୍ଲା ସଭାପତି ଡ଼ . ରମେଶ ଚନ୍ଦ୍ର ଚାଉପଟ୍ଟନାୟକ ରଙ୍ଗେଇଲୁଣ୍ଡା ଠାରେ ଉପୋସ୍ଥିତ ରହି ବିଜୁ ଜନତା ଦଳ କେବଳ ଗୋଟେ ରାଜନୈତିକ ଦଳ ନୁହେଁ , ଏହା ଏକ ସାମାଜିକ ଆନ୍ଦୋଳନ ରେ ପରିଣତ ହୋଇସାରିଛି ବୋଲି ବକ୍ତବ୍ୟ ରଖିଥିଲେ ।

ସାରା ଜିଲ୍ଲା କୁ ରଙ୍ଗେଇଲୁଣ୍ଡା ଠାରୁ zoom connection ରେ ଏହି କାର୍ଯ୍ୟକ୍ରମ ଦ୍ବାରା ଦଳିୟ ସଙ୍ଗଠନ ରେ ମହିଳା ଙ୍କ ଭୂମିକା , ସରକାର ଙ୍କ ମହିଳା ଙ୍କ ପାଇଁ ଯୋଜନା , ପଞ୍ଚାୟତ ନିର୍ବାଚନ ରେ ମହିଳା ନେତୃତ୍ଵ ର ଆବଶ୍ୟକତା, କୋଭିଡ଼ ସହ ମୁକାବିଲା ଉପରେ ଆଲୋଚନା କରାଯାଇଥିଲା

ତିନିଗୋଟି ପ୍ରସ୍ତାବ ଓ ଦୁଇଟି ଧନ୍ୟବାଦ ପ୍ରସ୍ତାବ ପଠନ କରାଗଲା ।

LEAVE A REPLY

Please enter your comment!
Please enter your name here