ଚିକରଡା ଗ୍ରାମରେ ମା ବୁଢ଼ୀ ଠାକୁରାଣୀ ଯୁବକ ସଂଘ ତରଫରୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟନ

0
386

ରଙ୍ଗେଇଲୁଣ୍ଡା : ମା ବୁଢ଼ୀ ଠାକୁରାଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚିକରଡା ଯୁବକ ସଂଘଙ୍କ ଦ୍ୱାରା ଆୟୋଜିତ କରାଯାଇଛି । ଏହି ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଶ୍ରୀ ଗୋପବନ୍ଧୁ ଦାସ, ବ୍ଳକ ଉପାଧ୍ୟକ୍ଷ ଅଜିତ କୁମାର ଦାସ, ଯୁବ ବିଜେଡି ସଭାପତି ବୁଲୁ ଗୌଡ ବାବୁ , ଛାତ୍ର ସଭାପତି ମିଳେନ୍ଦ୍ର ପ୍ରଧାନ, ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ପର୍ୟ୍ଯବେକ୍ଷକ ସି.ଏଚ ଭରତ , କେଳୁଆପଲ୍ଲୀ ସରପଞ୍ଚ ବିଷ୍ଣୁପ୍ରିୟା ନାୟକ , ଯୁବ ସମାଜସେବୀ ଅଜିତ ରାଉଳ , ଯୁବ ନେତା ନରେଶ ପାତ୍ର ,୫୫ ଜୋନ ସମାଜସେବୀ ଲଳାଟ ଗୌଡ଼ ସମେତ ବିଜେଡ଼ି ଦଳ ବହୁ କର୍ମୀ ଯୋଗ ଦେଇଥିଲେ । ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଂଟ ରେ ପ୍ରଥମ ମ୍ୟାଚ ମାର୍କୋଣ୍ଡି ବନାମ ମର୍ଦ୍ଦରାଜଉର ମଧ୍ୟ ରେ ମ୍ୟାଚ ହୋଇଥିଲା ।ଏହି ସଭାରେ ଚିକରଡ଼ା ଗ୍ରାମର ଯୁବ ନେତା ଟି.ରାଜା ରେଡ୍ଡୀ , ସମାଜ ସେବୀ ଜି.ଅସନ୍ତୁଲୁ ରେଡି , ରଞ୍ଜିତ କୁମାର ସେଠୀ ଙ୍କ ବହୁ କର୍ମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here