ଅବକାରୀ ବିଭାଗର ବଡ଼ ସଫଳତା ୧୯୦୦ କେଜି ଚୋରା ଗଞ୍ଜେଇ ଜବତ ଜଣେ ଗିରଫ

0
315

ପାରଳାଖେମୁଣ୍ଡି:ଗଜପତି ଜିଲ୍ଲା ରାୟଗଡା ବ୍ଲକ ଅନ୍ତର୍ଗତ ମାର୍ଲାଭା ଘାଟି ଅଞ୍ଚଳ ରେ ପାରଳାଖେମୁଣ୍ଡି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଗଞ୍ଜେଇ ନେଉଥିବା ବେଳେ ସନ୍ଦେହରେ ମିନି ଟ୍ରକକୁ ,ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଥିଲା। ଏହି ଗଞ୍ଜେଇ ଗଜପତି ଜିଲ୍ଲାର ଚାନ୍ଦପୁଟ ଗ୍ରାମ ନିକଟରୁ ଏମ୍ ଏଚ ୧୮ବିଜି ୯୪୫୭ନାମକ ମିନି ଟ୍ରକ ଗୋଟିଏ ଗଜପତିରୁ ବାହାରି ମହାରାଷ୍ଟ୍ର ଅଭିମୁଖେ ଚୋରା ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଠିକ୍ ସେହି ସମୟରେ ପାରଳାଖେମୁଣ୍ଡି ଅବକାରୀ ବିଭାଗୀୟ ଏକ ଟିମ୍ ପକ୍ଷରୁ ଜାଞ୍ଚ କରିଥିଲେ। ଏଥିରେ ଚୋରାଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା ଯାହା ଫଳରେ ଅବକାରୀ ବିଭାଗକୁ ଏକ ସଫଳତା ମିଳିଥିଲା ଯାହାଫଳରେ ଗତକାଲି ଭୋରରୁ ସକାଳୁ ସକାଳୁ ଗଜପତି ଜିଲ୍ଲା ରୁ ମହାରାଷ୍ଟ୍ର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଉକ୍ତ ଟ୍ରକ କୁ ନେଇ ପାରଳାଖେମୁଣ୍ଡି ଅବକାରୀ କାର୍ଯ୍ୟାଳୟରେ ଆଣି ଏହକୁ ଓଜନ କରାଯାଇଥିଲା। ମାପ ଓଜନ ପରେ ଏହା ମୋଟାମୋଟି ଭାବରେ ସର୍ବମୋଟ ୧୯୦୦କେଜି, ଏହି ଗଞ୍ଜେଇ ର ସର୍ବମୋଟ ଆନୁମାନିକ ମୂଲ୍ୟ ପାଖାପାଖି ୯୫ଲକ୍ଷଟଙ୍କା ହେବ ବୋଲି ଆଶା କରାଯାଉଛି । ଯାହା କି ଆଜି ଭୋର ସମୟରେ ଗଜପତି ଜିଲ୍ଲାରୁ ସୁଦୁର ମହାରାଷ୍ଟ୍ରକୁ ପିଖାପାଖି ୯୫ଲକ୍ଷ ଟଙ୍କା ର ରୋରା ଗଞ୍ଜେଇ ହେବାର ଆକଳନ କରାଯାଇଛି। ଏହି ଘଟଣା ସମ୍ପର୍କରେ ଜଣେ ଅଭିଯୁକ୍ତକୁ ଯାହା ର ନାମ ଆଲୋକ ରଂଜନ ସ୍ବାଇଁ ନାମକ ଅଭିଯୁକ୍ତ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ଅଧିକ୍ଷକ ସୁବ୍ରତ କୁମାର ସେଠୀଙ୍କ ପକ୍ଷରୁ ସୂଚନା ମିଳିଛି। ଏହି ଚୋରା ଗଞ୍ଜେଇ ଚାଲାଣ କୁ ରୋକିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲା ର ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଙ୍କ ନିର୍ଦ୍ଦେଶନାରେ ଅବକାରୀ ଅଧିକ୍ଷକ ସୁବ୍ରତ କୁମାର ସେଠୀ ଙ୍କ ତତ୍ବାବଧାନରେ ଆଜିର ସଫଳତା ସକ୍ଷମ ହୋଇଥିବା ଜିଲ୍ଲା ରେ ଦେଖାଯାଉଛି
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here