ଜିଲ୍ଲାରେ ପ୍ରଥମ ସ୍ଥାନରେ କୃତ୍ତି ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

0
275

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲା ରେ କୃତି ହୋଇ ଥିବା ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଶାସନିକ ପକ୍ଷରୁ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷର ୨୦୨୦-୨୦୨୧ ଶିକ୍ଷାବର୍ଷରେ ଉଚ୍ଚ ମାଧ୍ୟମିକ ପରୀକ୍ଷା ଏବଂ କେନ୍ଦ୍ରୀୟ ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ସର୍ବ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଆୟୋଜିତ ଉତ୍ସବରେ ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା,ଏସ୍.ପି. ଶ୍ରୀ ଜୟରାମ ଶତପଥୀ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମ୍ପୃକ୍ତ ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟକ୍ଷା, ଛାତ୍ରଛାତ୍ରୀ ତଥା ଅଭିଭାବକ ମାନେ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦାନ କରିଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲାର ସର୍ବସ୍ବ ସ୍ଥାନ ହାସଲ କରିଥିବା ୧୪ ଜଣ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା। ସେଥିମଧ୍ୟରୁ ଜାଣିବା କୁ ମିଳିଛି ଜଣେ ଆଇନଜୀବି ଉମେଶ ପ୍ରଶାଦ ରଥ ଙ୍କ ପୁତ୍ର ମଧ୍ୟ କୃତିତ୍ୱ ହୋଇ ଅଛନ୍ତି ତାଙ୍କ ନାମ ଆଶୁତୋଷ ବିଜୟାନନ୍ଦ ଜିଲ୍ଲାର ବାଣିଜ୍ୟ ବିଭାଗରେ +୨ ରେ ସର୍ବାଧିକ ନମ୍ବର ୯୪% ରଖିଥିବା ଯୋଗୁଁ ଗଜପତି ଜିଲ୍ଲା ପ୍ରଶାସନ ସମ୍ମାନିତ କରିଥିବା ବେଳେ ପାରଳାଖେମୁଣ୍ଡି ସହରର ବୁଦ୍ଧିଜୀବିମାନେ ମଧ୍ୟ ଆର୍ଶୀବାଦ ଦେଇ ଉଜ୍ଜ୍ୱଳ ଜୀବନ ଶୁଖମୟ ହେଉ ବୋଲି ଜଣାଇଛନ୍ତି।

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here