ବିଜେଡି ପ୍ରତିଷ୍ଠା ଦିବସ ପାଳନର ପୂର୍ବଦିନ ରକ୍ତଦାନ ଶିବିର

0
218

ପୋଲସରା : ବିଜୁ ଜନତା ଦଳର ୨୫ ତମ ପ୍ରତିଷ୍ଠା ଦିବସ ଡିସେମ୍ବର ୨୬ ତାରିଖ ଦିନ ସମଗ୍ର ରାଜ୍ୟର ସମସ୍ତ ବ୍ଲକ ଓ ସହରରେ ପାଳନ ହେବାକୁ ଥିବା ବେଳେ ତାହାର ପୂର୍ବଦିନ ପୋଲସରା ସହରର ପୋଲସରା ମହିଳା ମହାବିଦ୍ୟାଳୟ ଓ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ପରିସରରେ ଡିସେମ୍ବର ୨୫ ତାରିଖ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ୪୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି। ଓଡିଶା ମୋ ପରିବାର ଆନୁକୂଲ୍ୟରେ ଜୀବନ ବିନ୍ଦୁ ପକ୍ଷରୁ ଏହି ମେଗା ରକ୍ତଦାନ ଶିବିର ପୋଲସରା ସହରର ଦୁଇଟି ଶିବିରରେ ଅନୁଷ୍ଠିତ ହୋଇଥିଲା। ଏହି ରକ୍ତଦାନ ଶିବିରକୁ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ବେଳେ ଅତିଥିଭାବେ ଗଞ୍ଜାମ ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ସୁବାସ ଚନ୍ଦ୍ର ମହାରଣା ଯୋଗ ଦେଇଥିଲେ। ପୋଲସରା ମହିଳା ମହାବିଦ୍ୟାଳୟ ଶିବିରରେ ୨୦୩ ୟୁନିଟ ଓ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଶିବିରରେ ୧୯୭ ୟୁନିଟ, ଏହିପରି ୪୦୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ରକ୍ତ ଦାନ କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ପୂର୍ବତନ ନଗରପାଳ ପ୍ରଫୁଲ କୁମାର ପ୍ରଧାନ, ସାଂସଦ ପ୍ରତିନିଧି ମୋଚିରାମ ସାହୁ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ନଗର ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ବେହେରା, ରଞ୍ଜିତ ସାହୁ, ସୁକାନ୍ତ ଭୂୟାଁ, ବାବୁଲି ପଟ୍ଟନାୟକ, ସମୀର ଭୂୟାଁ, ସୁଧୀର କୁମାର ସାହୁ, ରଞ୍ଜନ ପାଣିଗ୍ରାହୀ ସମେତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here