ଭଞ୍ଜନଗର ସି.ଟି. ସ୍କୁଲ ୨୦୦୭-୦୯ ବ୍ୟାଚ ବନ୍ଧୁ ମିଳନ

0
266

ଭଞ୍ଜନଗର :ସ୍ଥାନୀୟ ସରକାରୀ ମାଧ୍ୟମିକ ତାଲିମ ଅନୁଷ୍ଠାନ ବା ସି.ଟି ଟ୍ରେନିଂ ସ୍କୁଲର ୨୦୦୭-୦୯ ବ୍ୟାଚ ଗୁରୁ -ଛାତ୍ରଛାତ୍ରୀ ମାନଙ୍କ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ଏଗାର ବର୍ଷ ପରେ ଭଞ୍ଜନଗର ବନବିହାର ଠାରେ ଅନୁଷ୍ଠିତ ହୋଇଯାଇଛି ା କାର୍ଯ୍ୟକ୍ରମରେ ତତ୍କାଳୀନ ଗୁରୁ ଛାତ୍ର ଛାତ୍ରୀ ତଥା ଆଜିର ଦିନରେ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନ୍ୟ ଚାକିରୀ କ୍ଷେତ୍ରରେ ନିୟୋଜିତ ଥିବା ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ା ସମସ୍ତଙ୍କ ପ୍ରିୟ ପ୍ରଶିକ୍ଷକ ବିଜୟ କୁମାର ଦାସ ନିଜ ଧର୍ମ ପତ୍ନୀଙ୍କ ସହ ଯୋଗ ଦେଇଥିବା ବେଳେ ଛାତ୍ର ଛାତ୍ରୀମାନଙ୍କ ତରଫରୁ ନିଜ ପ୍ରିୟ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା ା ଜଣେ ଜଣେ ଆଦର୍ଶ ଶିକ୍ଷକ ରୂପେ ସଭିଁଏ କାର୍ଯ୍ୟ ନିର୍ବାହ କରି ସମାଜ କୁ ଉତ୍ତମ ଦିଗଦର୍ଶନ ପ୍ରଦାନ କରିବାକୁ ଏହି ଅବସରରେ ପ୍ରଶିକ୍ଷକ ଶ୍ରୀ ଦାସ ନିଜ ଛାତ୍ର ଛାତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ ା ପରେ ସଭିଁଏ ବନ ବିହାର ର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣ ଭୋଜିର ମଜା ନେଇଥିଲେ ା ଦୀର୍ଘ ଏଗାର ବର୍ଷ ବ୍ୟବଧାନ ପରେ ସପରିବାର ସମସ୍ତେ ପରସ୍ପରକୁ ଭେଟି ଭାବବିହ୍ବଳ ହୋଇଯାଇଥିଲେ ା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ତ୍ରିନାଥ ବେହେରା,ବୈକୁଣ୍ଠନାଥ ପତି, ଶିଶିର କୁମାର ସ୍ବାଇଁ,ଦିଲ୍ଲିପ କୁମାର ବେହେରା,ଜୟରାମ ପଣ୍ଡା,ଦିଲ୍ଲିପ କୁମାର ଜେନା,,ରଞ୍ଜିତ କୁମାର ସାହୁ,ଦିପକ କୁମାର ସେଠୀ,ସୁଧାଂଶୁ ବିଶ୍ବାଳ,ରାଜେଶ ସାହୁ,ବବିତା ବେହେରା, ଶୁଭ୍ରାଞ୍ଜଳୀ ଗୌଡ,ସୁଧାରାଣୀ ସୁବୁଦ୍ଧି,ସୁନିତା ସାହୁ,ପ୍ରମୁଖ ବହୁ ବନ୍ଧୁ ଓ ବାନ୍ଧବୀଗଣ ା କର୍ମମୟ ଜୀବନରୁ ସମୟ ବାହାର କରି ଏପରି ବନ୍ଧୁମିଳନ ପ୍ରତିବର୍ଷ ଅନୁଷ୍ଠିତ କରିବାକୁ ମତ ପ୍ରକାଶ ପାଇଥିଲା ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here