ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ରରେ ନବଜାତ ଶିଶୁର ଘରୋଇ ଯତ୍ନ ଉପରେ ଆଶାଙ୍କୁ ତାଲିମ ପ୍ରଦାନ

0
220

ବେଲଗୁଣ୍ଠା :ନବଜାତ ଶିଶୁ ମାନଙ୍କ ଘରୋଇ ଯତ୍ନ ଉପରେ ଆଶା ମାନଙ୍କୁ ପାଞ୍ଚ ଦିନିଆ ତାଲିମ ଶିବିର ବେଲଗୁଣ୍ଠା ମେଡିକାଲ ରେ ଅଧ୍ୟକ୍ଷ ଡାକ୍ତର ବାଲୁଙ୍କେଶ୍ୱର ଷଡ଼ଙ୍ଗୀ ଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇ ଯାଇଅଛି ।ଆୟୋଜିତ ତାଲିମ ଶିବିରରେ ସହରାଞ୍ଚଳ ରେ ନିୟୋଜିତ ଆଶା କର୍ମୀ ମାନେ ଘର ଘର ବୁଲି ଗର୍ଭବତୀ ମହିଳା , ପ୍ରସୂତି ମହିଳା , ନବଜାତ ଶିଶୁ, ଓ ଶିଶୁ ମାନଙ୍କ ପାଖରେ ସ୍ୱାସ୍ଥ୍ୟ ସେବା ପହଂଚିବା ସହ କୌଶଳ ମାଧ୍ୟମରେ ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ପାଇଁ ତାଲିମ ପ୍ରଦାନ କରା ଯାଇଅଛି । ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ସହାୟତା ଓ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗ ର ସହଯୋଗ ରେ ବେଲଗୁଣ୍ଠା
ଏନ. ଏ. ସି ର ୬ ଜଣ ଆଶା କର୍ମୀ, ବୁଗୁଡ଼ା ଏନ. ଏ. ସି. ର
୯ ଜଣ ଆଶା କର୍ମୀ ଓ ଜଗନ୍ନାଥପ୍ରସାଦ ବ୍ଲକ ର ଜଣେ ଆଶା କର୍ମୀ କୁ ମିଶାଇ ମୋଟ ୧୬ ଜଣ ଉପସ୍ଥିତ ରହି ତାଲିମ ପ୍ରାପ୍ତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ର ବରିଷ୍ଠ ପ୍ରଶିକ୍ଷୀକା ସୁଜାତା ପଟ୍ଟନାୟକ, ହରି ହର ପାଢ଼ୀ ପ୍ରଶିକ୍ଷଣ ପ୍ରଦାନ କରୁଥିବା ବେଳେ ବି ପି ଏମ ଦୁର୍ଗା ପ୍ରସାଦ ପଟ୍ଟନାୟକ, ବି ଏ ମ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ। ତାଲିମର ଚତୁର୍ଥ ଦିବସରେ ନିକଟସ୍ଥ ମାଲସାହି ଅଂଗନୱାଡି ତାଲିମ କେନ୍ଦ୍ର ରେ ପହଂଚି ପୃଷ୍ଟିକର ଖାଦ୍ୟ, ଅଭିବୃଦ୍ଧି ସାରଣୀ, କିଶୋରୀ ବାଳିକା ବୈଠକ, ସ୍ୱାସ୍ଥ୍ୟ ପୋଷଣ ଦିବସ, ଟୀକାକରଣ, ଶିଶୁ ସ୍ୱାସ୍ଥ୍ୟ, ମାତୃ ସ୍ୱାସ୍ଥ୍ୟ, ପୋଷଣ, ନିମୋନିଆ ଆଦି ସ୍ୱାସ୍ଥ୍ୟ ଉପରେ ଶିକ୍ଷା ଦାନ କରା ଯାଇଥିଲା। ଏଠାରେ ଅଂଚଳ ର ସମାଜ ସେଵୀ ସୁଶାନ୍ତ କୁମାର ବେହେରା, ଅଙ୍ଗନବାଡି କର୍ମୀ ସୁନିତା ମହାପାତ୍ର, ମମିତା ପଣ୍ଡା, କେ. ତପସ୍ୱିନୀ ସୁବୁଦ୍ଧି, ଝରଣା ସାହୁ ପ୍ରମୁଖ ସାହାଯ୍ୟ କରିଥିବା ବେଳେ ହେଲପର ଓ ଆଶା କର୍ମୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।
ରିପୋର୍ଟ :ଶିବରମ ଚୌଧୁରୀ

LEAVE A REPLY

Please enter your comment!
Please enter your name here