ଗାଲେରୀ ଠାରେ ସ୍ୱଚ୍ଛ ଭାରତ ସଚେତନତା କାର୍ଯ୍ୟକ୍ରମ

0
322

ଭଞ୍ଜନଗର : ବ୍ଲକ ସ୍ଥିତ ଗାଲେରୀ ମହାବିଦ୍ୟାଳୟ ଓ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବୁଧବାର ସ୍ୱଚ୍ଛ ଭାରତ ଅଭିଯାନ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କଲେଜ ପରିସର ରୁ ଛାତ୍ରଛାତ୍ରୀ ମାନେ ଏକ ଶୋଭାଯାତ୍ରାରେ ବାହାରିବା ପରେ ମେଡ଼ିକାଲ ରୁ ଡ଼.ଭଗବାନ ସାହୁ,ନୀଳ ମାଧବ ଶତପଥୀ, ଆଶା,ଅଙ୍ଗନବାଡ଼ି କର୍ମୀ ଓ ମେଡ଼ିକାଲ କର୍ମଚାରୀ ମାନେ ସାମିଲ ହୋଇଥିଲେ। ସ୍ଥାନୀୟ ବଜାର ଠାରେ ସଫେଇ କରାଯିବା ସହ ବ୍ୟବସାୟୀ ଓ ସହର ବାସୀଙ୍କୁ ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ସଚେତନତା କରିବା ସହ ସ୍ୱଚ୍ଛତା ଉପରେ ବୁଝାଇ ଥିଲେ। କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏନ.ଏସ.ଏସ ର ଦୁଇ ସଂଯୋଜକ ଅଧ୍ୟାପକ ଦୁର୍ଗା ମାଧବ ଦାସ ଓ ଦିବ୍ୟ ଲୋଚନ ବିଶ୍ୱାଳ ଏହାକୁ ପରିଚାଳନା କରିଥିଲେ। ନୀଳ ମାଧବ ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here