ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ପାଠଚକ୍ର ଏବଂ ସ୍ୱାଗତ ସମ୍ବର୍ଦ୍ଧନା

0
256

ବ୍ରହ୍ମପୁର: ମଙ୍ଗଳବାର ଦିନ ସ୍ଥାନୀୟ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ତରଫରୁ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିବା ସହ ଏକ ପାଠଚକ୍ର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧକ୍ଷ୍ୟା ଡ଼.ପ୍ରମିଳା ଖାଡଙ୍ଗା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ରୂପେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଡ଼.ସନ୍ଦୀପ କୁମାର ଦାଶ ଯୋଗ ଦେଇ ‘ଅଣ୍ଡରଷ୍ଟାଣ୍ଡିଙ୍ଗ ରିସର୍ଚ୍ଚ: ଏ ସିଂପ୍ଲିଫାଇଡ଼ ୱେ’ ଶୀର୍ଷକ ଉପରେ ବକ୍ତବ୍ୟ ଦେଇଥିଲେ।ବିଭାଗୀୟ ମୁଖ୍ୟା ଡ଼.ମଧୁସ୍ମିତା ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଠଚକ୍ର ପରିଚାଳିତ ହେବା ସହ ଦୁଇଟି ସେମିନାର ବୁଲେଟିନ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।ଏଥିରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ଼.ଆନନ୍ଦ ସେଠୀ ଯୋଗଦେଇଥିଲେ।ସେମିନାର ସଂପାଦକ ସାଗର ମହାରଣା ବାର୍ଷିକ ସେମିନାର ବିବରଣୀ ପାଠ କରିଥିଲେ।ତୃତୀୟ ବର୍ଷ ସମ୍ମାନ ଛାତ୍ରୀ ନେହା ପ୍ରଧାନ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here