ଦିବ୍ୟାଙ୍ଗମାନଙ୍କୁ ସହାୟତା ଓ ସଚେତନତା କାର୍ଯ୍ୟକ୍ରମ

0
259

ପୋଲସରା : ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକ ଅନ୍ତର୍ଗତ ସାନ ବରଗାଁ ଗ୍ରାମର କପିଳେଶ୍ୱର ଶୈବପୀଠରେ ଗୁରୁବାର ଦିନ ଦିବ୍ୟାଙ୍ଗ ସହାୟକ ସମିତି ପକ୍ଷରୁ ସଞ୍ଜୟ କୁମାର ଗୌଡ଼ଙ୍କ ନେତୃତ୍ୱରେ ଦିବ୍ୟାଙ୍ଗମାନଙ୍କୁ ସହାୟତା ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଦିବ୍ୟାଙ୍ଗଙ୍କ ପାଇଁ ଉଦ୍ଦିଷ୍ଟ ଏହି କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଥିଲେ। ବିଧାୟକ ଶ୍ରୀ ସାହୁ ଦିବ୍ୟାଙ୍ଗ ମାନଙ୍କ ଲାଗି ରହିଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ ପାଇଁ କର୍ପସ ଫଣ୍ଡ ଗଠନ କରି ଭିନ୍ନକ୍ଷମ ସହାୟତା, ବାହାଘର ସହାୟତା ପ୍ରଭୃତି ଯୋଗାଇ ଦେଉଥିବା ପ୍ରକାଶ କରିଥିଲେ। ବିଡ଼ିଓ ଶ୍ରୀ ସାହୁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ଯେ ପୂର୍ବରୁ ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ଦିବ୍ୟାଙ୍ଗ ମାନଙ୍କୁ ସୁଯୋଗ ମିଳୁ ନଥିବା ବେଳେ ବର୍ତ୍ତମାନ ଭାରତୀୟ ପ୍ରଶାସନିକ ସେବା କ୍ଷେତ୍ରରେ ସୁଯୋଗ ରହିଛି । ତେଣୁ ଦିବ୍ୟାଙ୍ଗ ଭାଇ ଓ ଭଉଣୀ ସେ ନିବେଦନ କରି କହିଥିଲେଯେ ସେମାନେ ସମସ୍ତେ ପାଠ ପଢି ଆଗକୁ ବଢ଼ନ୍ତୁ। ଏଥିସହ ବିଡ଼ିଓ ଶ୍ରୀ ସାହୁ କହିଥିଲେଯେ ରାଜ୍ୟ ସରକାର ଦିବ୍ୟାଙ୍ଗ ମାନଙ୍କ ଲାଗି ବହୁ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଶିକ୍ଷା କ୍ଷେତ୍ରରେ ବାଣୀଶ୍ରୀ ବୃତ୍ତି ଯୋଜନାରେ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ୁଥିବା ଦିବ୍ୟାଙ୍ଗ ମାନଙ୍କୁ ବାର୍ଷିକ ୨୦୦୦ ଟଙ୍କା ଓ ଷଷ୍ଠ ଶ୍ରେଣୀ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ବାର୍ଷିକ ୨୫୦୦ ଟଙ୍କା ପ୍ରଦାନ କରୁଥିବା ପ୍ରକାଶ କରିଥିଲେ। ଏହି ଅବସରରେ ୧୦ ଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରଫି ସହ ମାନପତ୍ର, ଓ ବହୁ ଦିବ୍ୟାଙ୍ଗଙ୍କୁ ଶୀତ ବସ୍ତ୍ର ପ୍ରଦାନ କରଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବୁଗୁଡା ବ୍ଲକ ସାଂସଦ ପ୍ରତିନିଧି କବିରାଜ ଗୌଡ଼, ଜକର ପିଇଓ ଗୌରଙ୍ଗ ଦଳେଇଙ୍କ ସମେତ ଶିବରାମ ଗୌଡ଼, ଅଭୟ ସାହୁ, ରମେଶ ଗୌଡ଼, କବିରାଜ ସାହୁ ପ୍ରମୁଖ ବହୁ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here