ପୂଜ୍ୟ ପୂଜା ସମିତି ପକ୍ଷରୁ ସର୍ବକନିଷ୍ଠ ସହିଦ ଖୁଦିରାମ ବୋଷଙ୍କ ଜୟନ୍ତୀ ପାଳନ

0
244

ବ୍ରହ୍ମପୁର: ସାଂସ୍କୃତିକ ଅନୁଷ୍ଠାନ *ପୂଜ୍ୟ ପୂଜା ସମିତି* ପକ୍ଷରୁ ଆଜି ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ସର୍ବକନିଷ୍ଠ ସହିଦ ଖୁଦିରାମ ବୋଷ ଙ୍କ 133ତମ ଜନ୍ମ ଜୟନ୍ତୀକୁ ଅତି ମର୍ଯ୍ୟାଦାର ସହ ପାଳନ ହୋଇଛି l ସମିତି ସଭାପତି ବଂଶୀଧର ଭୂୟାଁଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭl ଆୟୋଜିତ ହୋଇଯାଇଛି l 1889 ମସିହା ଡିସେମ୍ବର 3 ତାରିଖରେ ପଶ୍ଚିମବଙ୍ଗର ମେଦିନୀପୁର ଜିଲ୍ଲାର ମୋହବଣି ନାମକ ଛୋଟ ଗାଁ ରେ ଖୁଦିରାମ ଜନ୍ମ ଗ୍ରହଣ କରିଥିଲେ l ତାଙ୍କ ବାପାଙ୍କ ନାମ ଥିଲା ତ୍ରୟଲୋକ୍ୟ ନାଥ ବସୁ ଓ ମା’ ଙ୍କ ନାମ ଥିଲା ଲକ୍ଷ୍ମୀପ୍ରିୟା ଦେବୀ l ଖୁଦିରାମ ପିଲାଟି ବେଳରୁ ଦେଶମାତୃକା ସେବାରେ ନିଜ ଜୀବନକୁ ଉଚ୍ଛର୍ଗ କରିଥିଲେ l ଛାତ୍ର ଜୀବନରେ ହିଁ ଖୁଦିରାମ ଗୁପ୍ତସମିତି ରେ ଯୋଗଦେଇଥିଲେ l ସତ୍ୟେନ୍ଦ୍ର ବାବୁଙ୍କ ଏହି ଗୁପ୍ତ ସମିତିରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟରୁ ଶହ ଶହ ଛାତ୍ର-ଛାତ୍ରୀ ମାନେ ଆସି ଉକ୍ତ ସମିତିରେ ଯୋଗଦେଇଥିଲେ l ଇଂରେଜ ସରକାର ବିରୁଦ୍ଧରେ ଲଢ଼ିବାପାଇଁ ବିପ୍ଲବୀମାନଙ୍କୁ ଉପଯୁକ୍ତ ତାଲିମ ଦେବାରେ ଗୁପ୍ତ ସମିତି କାମକରୁଥିଲା l ଜନ୍ମଭୂମିକୁ ବିଦେଶୀ ସରକାରଙ୍କ ହାତରୁ ମୁକ୍ତ କରିବାକୁ ହେଲେ ଆମକୁ ଜୀବନ ଦେବାକୁ ହେବ ବୋଲି ଖୁଦିରାମ ସବୁବେଳେ କହୁଥିଲେ l ଏଣୁ ଦେଶ ମାତୃକାର ସେବାପାଇଁ ଜୀବନକୁ ତୁଚ୍ଛ ମନେକରୁଥିଲେ l ଆଜିର ଏହି ସ୍ମୃତିସଭାରେ ସମ୍ପାଦକ ଏସ. ସlମ୍ବଶିବା ରାଓ,ଶାନ୍ତିଲତା ଭୂୟାଁ,ବିଜୟ ବିଶୋଇ, ଗଗନ ଚନ୍ଦ୍ର ମଲ୍ଲିକ, ଏସ. କେଶବ ଲିଙ୍ଗମ, ସତ୍ୟ ନାରାୟଣ ରାଓ,ଚାଷୀ ମୁଲିଆ ସଂଘ ର ନିରାକାର ନାୟକ,ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା ପ୍ରମୁଖ ଅଂଶ ଗ୍ରହଣ କରି ସହିଦ ଖୁଦିରାମ ବୋଷ ଙ୍କ ସହିଦତ୍ବ, ଆପୋଷହୀନ ସଂଗ୍ରାମୀ ଜୀବନ ସମ୍ପର୍କରେ ଆଲୋଚନା କରିଥିଲେ l ଶେଷରେ ଏସ.ସlମ୍ବଶିବା ରାଓ ଧନ୍ୟବାଦ ଦେଇଥିଲେ l

LEAVE A REPLY

Please enter your comment!
Please enter your name here