ପିପୁଲସ କଲେଜ ପକ୍ଷରୁ ବିଶ୍ୱ ଏଡସ୍ ଦିବସ ପାଳିତ

0
249

ବୁଗୁଡା : ବୁଗୁଡା ପିପୁଲସ କଲେଜର ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ( ଏନସିସି) ଓ ଯୁବ ରେଡ଼ କ୍ରସ ପକ୍ଷରୁ ୭୫ ତମ ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ଏନସିସି ଅଧିକାରୀ ଅଜୟ କୁମାର ସାହୁ ଓ ଯୁବ ରେଡକ୍ରସ ସଂସ୍ଥାର ଉପଦେଷ୍ଟା ବିନୋଦ କୁମାର କର ଦୁଇ ଅଧ୍ୟାପକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜନସଚେତନତା ରାଲେ ଓ ସଭା ଡିସେମ୍ବର ୦୧ ତାରିଖ ଦିନ ଅନୁଷ୍ଠିତ ହୋଇ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏନସିସି କ୍ୟାଡେଟ ଓ ଯୁବ ରେଡକ୍ରସ ଯୁବ ସ୍ବେଚ୍ଛାସେବୀ ବୃନ୍ଦ କଲେଜ ପରିସରରୁ ସକାଳ ୭ ଟା ସମୟରେ ଏକ ଶୋଭାଯାତ୍ରାରେ ବାହାରି ବୁଗୁଡା ସହର ପରିକ୍ରମା କରି ଏଡସ୍ ସଚେତନତା ବାର୍ତ୍ତା ପ୍ରଦାନ କରି ଜନସାଧାରଣଙ୍କୁ ସଚେତନତା କରିଥିଲେ। ବିଶ୍ୱ ଏଡସ୍ ଦିବସ ଉପଲକ୍ଷେ ପିପୁଲସ କଲେଜ ପରିସରରେ ଏନସିସି କ୍ୟାଡଟ ଓ ଯୁବ ରେଡକ୍ରସ ସ୍ବେଚ୍ଛାସେବୀ ମାନଙ୍କ ମଧ୍ୟରେ ପୃଥକ ଭାବେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଦିବସ ଉପଲକ୍ଷେ କଲେଜ ପରିସରରେ ଛାତ୍ରଛାତ୍ରୀମାନଙ୍କ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ପ୍ରଫେସର ରଜନୀକାନ୍ତ ଦାଶ ଏହି ସଭାରେ ଅଧ୍ୟକ୍ଷତା କରିଥିଲେ। ଏନସିସି ଅଧିକାରୀ ତଥା ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଅଜୟ କୁମାର ସାହୁ ଓ ଯୁବ ରେଡ଼କ୍ରସ ଉପଦେଷ୍ଟା ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କରଙ୍କ ସମେତ ଇତିହାସ ବିଭାଗ ମୁଖ୍ୟ ଅଧ୍ୟାପକ ଡ଼କ୍ଟର ପ୍ରଦୀପ କୁମାର ଦାଶ ଓ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଅକ୍ଷୟ କୁମାର ସାହୁ ପ୍ରମୁଖ ସଭାରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏଡସ୍ ସଚେତନତା ବିଷୟରେ ଉଦବୋଧନ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here