ବିପତ୍ତି ସମୟର ବନ୍ଧୁ ବିଧାୟକ ବାବୁଲା ଭାଇ

0
356

ପୋଲସରା : କଥାରେ ଅଛି ବିପତ୍ତି ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ। ସେହିପରି ଜଣେ ବିପତ୍ତି ସମୟର ବନ୍ଧୁ ହେଲେ ବାବୁଲା ଭାଇ। ବାବୁଲା ଭାଇ ଆଉ କେହି ନୁହଁନ୍ତି, ସେ ହେଉଛନ୍ତି ଆମର ପ୍ରିୟ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ । ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବା ଦିନ ଗୁଡିକୁ ବାଦଦେଲେ ଅନ୍ୟ ସମସ୍ତ ଦିନ ନିଜ ସେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ଯାଇ ଜନସାଧାରଣଙ୍କ ଅଭାବ ଅସୁବିଧା ବୁଝିଥାଆନ୍ତି। ଅନ୍ୟ ଏକ ଅତି ଉତ୍ତମ ଗୁଣ ହେଲା ତାଙ୍କ ନିର୍ବାଚନ ମଣ୍ଡଳୀର କୌଣସି ବ୍ୟକ୍ତି ବିପତ୍ତିରେ ପଡିଥିବା ଖବର ଜାଣିବା ପରେ ସେ ସେହି ପରିବାର ନିକଟରେ ପହଞ୍ଚିଥାନ୍ତି। ଦଳମତ ନିର୍ବିଶେଷରେ ଦୁର୍ଘଟଣା ଜନିତ ମୃତ୍ୟୁ ଓ ଆହତ, ଅକାଳ ମୃତ୍ୟୁ, ଅଗ୍ନିକାଣ୍ଡ ପ୍ରଭୃତି ବିପତ୍ତି ସମୟରେ ବିଧାୟକ ଶ୍ରୀ ସାହୁ ନିଶ୍ଚିତ ପହଁଞ୍ଚିଥାନ୍ତି। ଯଦି ଆମେ ଏହି କେତେ ଦିନର ଘଟଣାକୁ ଅନୁଧ୍ୟାନ କରିବା ତେବେ ବିଧାୟକଙ୍କୁ ବିପତ୍ତି ସମୟର ବନ୍ଧୁ କହିବା ଯଥାର୍ଥ ବୋଲି ନିଶ୍ଚିତ ହୋଇପାରିବା। ନଭେମ୍ବର ୩ ତାରିଖ ଦିନ ବରଡିପଲ୍ଲୀ ଗ୍ରାମର ରାଜେଶ ସେଠୀ ବୁଗୁଡା ସନ୍ତୋଷି ମା ମନ୍ଦିର ନିକଟରେ ମିନିଟ୍ରକ ଧକ୍କାରେ ମୃତ୍ୟୁ ବରଣ କରିଥିଲେ। ବିଧାୟକ ଶ୍ରୀ ସାହୁ ସ୍ବର୍ଗତ ରାଜେଶଙ୍କ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ନଭେମ୍ବର ୪ ତାରିଖ ଦିନ ସେହି ବରଡିପଲ୍ଲୀ ଗ୍ରାମର କାଳିଆ ନାୟକ ଦୀପାବଳି ପୂଜା ଶେଷ କରି ନିଜ ବାରଣ୍ଡାରେ ଥିବାବେଳେ ଏକ ଟ୍ରକ ବାରଣ୍ଡାକୁ ଚଢିଯିବାରୁ କାଳିଆ ମୃତ୍ୟୁ ବରଣ କରିଥିଲେ। ସେହି ପରିବାର ନିକଟକୁ ଯାଇ ସମବେଦନା ଜଣାଇଥିଲେ ବିଧାୟକ। ପୋଲସରା ବ୍ଲକ ନିମିନା ଗ୍ରାମର ମୁନା ଜାନୀ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ତାଙ୍କ ପତ୍ନୀ ସଞ୍ଜୁ ଜାନୀଙ୍କ ମୃତ୍ୟୁ ଘଟିବା ଯୋଗୁ ତାଙ୍କର ତିନି ସନ୍ତାନ ବାପା ମଆ ଛେଉଣ୍ଡ ହୋଇ ଯାଇଥିଲେ। ଖବର ଜାଣିବା ପରେ ବିଧାୟକ ବାବୁଲା ଭାଇ ନଭେମ୍ବର ୯ ତାରିଖ ଦିନ ପହଞ୍ଚି ଦୁଇ ନାବାଳିକ ଓ ଜଣେ ନାବାଳକ ତିନି ଜଣଙ୍କ ଭରଣ ପୋଷଣ ଓ ପାଠପଢା ଦାୟିତ୍ୱ ବହନ କରିଥିଲେ। ନଭେମ୍ବର୧୭ ତାରିଖ ଦିନ ସୁରାଟରେ ଭିନ୍ନ ଭିନ୍ନ ଅଟୋ ଦୁର୍ଘଟଣାରେ ପୋଲସରା ବ୍ଲକ ଚିରିକିପଡା ଶାସନ ଗ୍ରାମର ଟୁକୁନା ଜେନା, ସନ୍ତୋଷ ବେହେରା ଓ ସିଲୁ ଜେନା ତିନି ଜଣ ମୃତ୍ୟୁବରଣ କରିଥିବାବେଳେ ବିଧାୟକ ବାବୁଲା ଭାଇ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ନଭେମ୍ବର ୧୮ ତାରିଖ ଦିନ ବାଇକ ଧକ୍କା ଦେବା ଯୋଗୁଁ ବୁଗୁଡା ବ୍ଳକ ମତାଝରି ଗ୍ରାମର ସୁରେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ ଚାଳକ ଡେଙ୍ଗାବାଡି ଗ୍ରାମର କୃଷ୍ଣ ସେଠୀଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା। ଉଭୟ ପରିବାରଙ୍କୁ ବିଧାୟକ ଶ୍ରୀକାନ୍ତ ସାହୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତ ପ୍ରଦାନ କରିଥିଲେ। ପୋଲସରା ଏନଏସି ଗୋପବନ୍ଧୁ ସାହିର ଟୁଲୁ ଦାଶ ଙ୍କ ୩୦ ବର୍ଷ ବୟସରେ ଆକସ୍ମିକ ମୃତ୍ୟୁ ହୋଇଥିଲା। ନଭେମ୍ବର ୧୯ ତାରିଖ ଦିନ ଲୋକଙ୍କର ପ୍ରିୟ ବାବୁଲି ଭାଇ ପହଁଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଆର୍ଥି ସହାୟତା ପ୍ରଦାନ କରିଥିଲେ। ବୁଗୁଡା ବ୍ଲକ ଅରଖପୁର ଗ୍ରାମର ଅପୂର୍ବ ଭୂୟାଁଙ୍କ ଅଳ୍ପ ବୟସର ଦେହାନ୍ତ ହୋଇଥିବା ଖବର ଶୁଣି ବିଧାୟକ ଶ୍ରୀ ସାହୁ ୨୩ ତାରିଖ ଦିନ ପହଁଞ୍ଚି ପରିବାର ଲୋକଙ୍କୁ ଶ୍ବାନ୍ତନା ଦେବା ସହ ସମବେଦନା ଜଣାଇଥିଲେ। ସେହିପରି ବୁଗୁଡା ବ୍ଲକ ବି.କରଡ଼ାବାଡ଼ି ଗ୍ରାମର ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ ଙ୍କ ଆକସ୍ମିକ ବିୟୋଗ ଖବର ପାଇ ନଭେମ୍ବର ୨୩ ତାରିଖ ଦିନ ପହଁଞ୍ଚି ସମବେଦନା ଜଣାଇଥିଲେ। ପୋଲସରା ବ୍ଲକ କୁଆନନ୍ଦ ଗ୍ରାମର ଅରକ୍ଷିତ ଜେନାଙ୍କ ଆକସ୍ମିକ ମୃତ୍ୟୁ ଖବର ଜାଣିବା ପରେ ବିଧାୟକ ବାବୁଲା ଭାଇ ପରିବାର ନିକଟରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏହିପରି ଆହୁରି କେତେ ଜଣ ମୃତକଙ୍କ ପରିବାରକୁ ଭେଟି ସମବେଦନା ଓ ଆର୍ଥି ସହାୟତା ପ୍ରଦାନ କରିଥିବା ଜଣାପଡିଛି। ପୋଲସରା ଓ ବୁଗୁଡା ଦୁଇ ବ୍ଳକରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ପାରିବାରଙ୍କୁ ନିଶ୍ଚିତ ଭାବେ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବାକୁ ସେ ନିଶ୍ଚିତ କରିଥାନ୍ତି।ଲୋକଙ୍କ ବିପତ୍ତି ସମୟରେ ବିଧାୟକ ଶ୍ରୀ ସାହୁଙ୍କ ଦଳମତ ନିର୍ବିଶେଷରେ ସେ ନିଶ୍ଚିତ ଭାବେ ପହଞ୍ଚି ଥାଆନ୍ତି। ସେଥିପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ପଦକ୍ଷେପ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଏହି ପରି ଉତ୍ତମ କର୍ମ ଓ ଜନହିତକର ଆଭିମୁଖ୍ୟ ପ୍ରତି ଆକୃଷ୍ଟ ହୋଇ ନିର୍ବାଚନ ମଣ୍ଡଳୀର ଗୋଟିଏ ପରେ ଗୋଟିଏ ଗ୍ରାମ ପଞ୍ଚାୟତର ବିରୋଧୀ ବିଜେପି ଓ କଂଗ୍ରସ ଭଳି ଜାତୀୟ ଦଳର ନେତା, କର୍ମୀ ଓ ସମର୍ଥକ ନିଜ ଦଳ ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ ହେବା ଯୋଗୁଁ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ସୁଦୃଢ ହେବାରେ ଲାଗିଛି। ଆଶାନ୍ତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ବିପୁଳ ଭାବେ ବିଜୟ ଲାଭ କରିବ ବୋଲି ଆଶା କରାଯାଉଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here