ଜଙ୍ଗଲ ବିଭାଗ ତରଫରୁ ଆଜାଦୀ କା ଅମୃତ ମହୋତ୍ସବ ସପ୍ତାହ ପାଳିତ

0
259

ବେଲଗୁଣ୍ଠା: ଉତ୍ତର ଘୁମୁସର ବନଖଣ୍ଡ ଭଞ୍ଜନଗର ଅଧୀନସ୍ଥ କେନ୍ଦ୍ରିୟ ବନାଞ୍ଚଳ,ଭଞ୍ଜନଗର ଓ.ଏଫ୍.ଏସ୍.ଡି.ପି ପ୍ରକଳ୍ପ ଭାଗ-ଦୁଇ ତରଫରୁ ବେଲଗୁଣ୍ଠା ବ୍ଳକ୍ ବିଞ୍ଝଗିରି ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀଙ୍କୁ ନେଇ ଆଜାଦୀ କା ଅମୃତ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି I ଏଥିରେ ମହିଳା ସଶକ୍ତିକରଣ, ଲିଙ୍ଗଗତ ଵୈଷମ୍ୟତା ଓ ହିଂସା, ଆଦିବାସୀ ଓ ଗରିବ ମାନଙ୍କ ଜୀବିକାର ଉନ୍ନତି ଏବଂ ସ୍ୱାସ୍ଥ୍ୟ ରକ୍ଷା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା I କାର୍ଯ୍ୟକ୍ରମରେ ଗାଙ୍ଗପୁର ସେକ୍ସନ ବନପାଳ ଜି ଭେଙ୍କେଟ୍ ରାଓ ଦୋରା,ପ୍ରକଳ୍ପ ସଂଯୋଜକ ପ୍ରଶାନ୍ତ କୁମାର ସାହୁ,ସନ୍ତୋଷ କୁମାର ଡାକୁଆ, ସ୍ୱାତୀ ଅନୁଷ୍ଠାନ କର୍ମଚାରୀ ବିଶ୍ୱଜିତ୍ ଭୋଇ, ପ୍ରିୟଦର୍ଶିନୀ ପ୍ରଧାନ, ବିଶ୍ୱଜିତ୍ ବେହେରା ଯୋଗଦେଇଥିଲେ I ଏହାକୁ ବନବିଭାଗ କର୍ମଚାରୀ ମାନେ ପରିଚାଳନା କରିଥିବା ବେଳେ ପ୍ରକଳ୍ପ କର୍ମଚାରୀ, ପ୍ରଧାନ ଶିକ୍ଷକ ଶିବରାମ ବେହେରା, ସହକାରୀ ଶିକ୍ଷକ କାର୍ତ୍ତିକ ସେଠୀ, ଦାଶରଥି ସେଠୀ , ସୁକାନ୍ତ କୁମାର ବେହେରା ପ୍ରମୁଖ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here