ଅଟୋ ରିକ୍ସାରେ ମହିଳାଙ୍କ ପ୍ରସବ ଘଟଣା ,ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ କଲା ବିଜେପି ଯୁବ ମୋର୍ଚ୍ଚା

0
327

ବେଗୁନିଆପଡା: ଗଞ୍ଜାମ ଜିଲ୍ଲା ରାହାଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାହାରେ ଅଟୋ ରିକ୍ସାରେ ମହିଳାଙ୍କ ପ୍ରସବ ଘଟଣାରେ ପ୍ରଶାସନ ଏବଂ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି ଯୁବ ମୋର୍ଚ୍ଚା । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ପ୍ରମୋଦ କୁମାର ପଣ୍ଡା। ରାଜ୍ୟ ସରକାର ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରୁଥିବା ବେଳେ ଅନେକ ମେଡିକାଲରେ ଡାକ୍ତର ନାହାନ୍ତି। ଏପରିକି ଡାକ୍ତର ଓ କର୍ମଚାରୀଙ୍କ ମନମୁଖୀ କାର୍ଯ୍ଯ ଯୋଗୁଁ ଏଭଳି ଅଘଟଣ ଘଟୁଥିବା ଅଭିଯୋଗ କରିଛନ୍ତି । ରାହାଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଏକ ସଂସ୍ଥା ପରିଚାଳନା କରୁଥିବା ବେଳେ ଏଠାରେ ଡାକ୍ତର ମନମୁଖୀ କାର୍ଯ୍ଯ କରୁଛନ୍ତି। ଗୋଟିଏ ପଟେ ରାଜ୍ୟ ସରକାର ଜନନୀ ସୁରକ୍ଷା ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କରୁଛନ୍ତି। କିନ୍ତୁ ସ୍ବାସ୍ଥ୍ୟ ସେବା ପରି ଏକ ଅତ୍ଯାବଶ୍ଯକୀୟ ସେବା ପାଇଁ ସରକାର ଆଦୌ ସଚେତନ ନୂହଁନ୍ତି ବୋଲି ଅଭିଯୋଗ କରିଛି ବିଜେପି। ସଂପୃକ୍ତ ମହିଳା ଜଣକ ଅଟୋରେ କେଉଁ ପରିସ୍ଥିତିରେ ପ୍ରସବ କଲେ ଏବଂ ଏ ଘଟଣାରେ ଦାୟୀ କିଏ ସେ ନେଇ ତୁରନ୍ତ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ତଦନ୍ତ କରାଯାଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଘୁମୁସର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସମ୍ପାଦକ ଆଲୋକ ସତପଥୀ, ବିଜେପି ନବତା ପବିତ୍ର ନାୟକ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here