ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗୋପାଳପୁର ବେଳାୂମିଠାରେ ଆଧ୍ୟାତ୍ମିକ ଏବଂ ସାମାଜିକ କାର୍ଯ୍ୟକ୍ରମ

0
235

ବ୍ରହ୍ମପୁର: ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣମୀ ଅବସରରେ ଗୋପାଳପୁର ବେଳାଭୂମିରେ ଅତ୍ୟନ୍ତ ଆଧ୍ୟାତ୍ମିକ ପରିବେଶର ମହୋଦଧି ଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି।ଏହି କାର୍ଯ୍ୟକ୍ରମକୁ ମାନସ ପରିବାର, ଜଗନ୍ନାଥ ଚେତନା ପ୍ରତିଷ୍ଠାନ ଓ ବୈଦ୍ୟନାଥ ମହାଦେବ ମନ୍ଦିର ତରଫରୁ ଆୟୋଜନ କରାଯାଇଥିଲା। ଏଇଥିରେ ସ୍ବାମୀ ଅଖିଳାନନ୍ଦ ଦୁର୍ଗା ଚରଣ ମହାପାତ୍ର , ଗୀତା ବାଚସ୍ପତି ପଦ୍ମ ଚରଣ ଦାସ , ପ୍ରେମାନନ୍ଦ ଦାସ ଓ ଦଣ୍ଡ ପାଣି ପାତ୍ର ପ୍ରମୁଖ ଭାଗ ନେଇଥିଲେ।ଏହି ଅବସରରେ ଯୋଗା ସଂଗଠନର ଚନ୍ଦ୍ର ଶେଖର ପାତ୍ରଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଏଲ୍ . ସୋମନାଥ ପାତ୍ର ଓ କୃଷ୍ଣ ଚନ୍ଦ୍ର ଖଣ୍ଡୁଆଳ ପ୍ରମୁଖ ଅଥିତି ରୂପେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ସେ ସ୍ଥାନରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା।

LEAVE A REPLY

Please enter your comment!
Please enter your name here