ଟୁଇଙ୍କେଲ ଫ୍ୟାସନ୍ ଏକାଡେମୀ ଦ୍ୱାରା ଶିଶୁ ଦିବସରେ ମିଷ୍ଟର ଏଣ୍ଡ ମିସ୍ କିଡ୍ସ ତଥା ଟିନ ଗଞ୍ଜାମ ଗ୍ରାଣ୍ଡ ଫାଇନାଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

0
240

ବ୍ରହ୍ମପୁର: ବ୍ରହ୍ମପୁର ସଂସ୍କୃତି ଭବନ ପରିସରରେ ଟୁଇଙ୍କଲ ଫ୍ୟାସନ୍ ଏକାଡେମୀ ପକ୍ଷରୁ ରବିବାର ଦିନ ଶିଶୁ ଦିବସ ପରିପ୍ରେକ୍ଷୀରେ ମିଷ୍ଟର ଏଣ୍ଡ ମିସ୍ କିଡ୍ସ ଏବଂ ଟିନ ଗଞ୍ଜାମ ଫ୍ୟାସନ୍ ଗ୍ରାଣ୍ଡ ଫାଇନାଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥିରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ସମ୍ମାନୀତ ଅତିଥିଭାବେ ବିଜେଡ଼ି ରାଜ୍ୟ ସମ୍ପାଦକ ସୁବାସ ମହାରଣା,ବରିଷ୍ଠ ସାମ୍ବାଦିକ ତଥା କଳାକାର ସୁଦୀପ କୁମାର ସାହୁ , କିନ୍ନର ବାବୁଲା ମହାପାତ୍ର ,ହରି କ୍ରିଷ୍ଣା ଓ ବିଜେଡ଼ି ମୁଖପାତ୍ର ତୁମ୍ୱନାଥ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବିଚାରକଭାବେ ସ୍ମୃତି ପଣ୍ଡା , ଗଣେଷ ମିସ୍ତ୍ରୀ ଓ ପ୍ରିୟଙ୍କା ବେହେରା ପରିଚାଳନା କରିଥିଲେ । ସ୍ଵତନ୍ତ୍ର ଅତିଥିଭାବେ କଲାଭଳି ଟ୍ରଷ୍ଟର ମୁଖ୍ୟ ପରିଚାଳିକା ରାମେଶ୍ବରୀ ନନ୍ଦ ଯୋଗଦେଇଥିଲେ । ଟୁଇଙ୍କଲ ଫ୍ୟାସନ ଏକାଡେମୀର ମୂଖ୍ୟ ପରିଚାଳିକା ଟୁଇଙ୍କଲ ଗମା’ଗଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କାହ୍ନୁ ରାଉତ ସଂଯୋଜନା କରିଥିଲେ । ତନିଷା ମିଶ୍ର ୱିନର ,ଫାଷ୍ଟ ରନର ଅପ ମନିଷା ଓ ସେକେଣ୍ଡ ରନର୍ସ ଅପ୍ ଭାବେ ଆକାଂକ୍ଷା ଏଠାରେ ପୁରସ୍କୃତ ହୋଇଥିଲେ । ବାଳକ ବିଭାଗରେ କିରଣ କୁମାର ୱିନର ହୋଇଥିବାବେଳେ ପ୍ରଥମ ରନର ଅପ ପ୍ରଥମ ପୂଜାରୀ , ଦ୍ବିତୀୟ ରନର୍ସ ଅପ୍ କାର୍ତିକଙ୍କୁ ପୁରସ୍କୃତ କରାଯାଇଥିଲା । ଲିଟିଲ୍ ଗଞ୍ଜାମ ଗୁଳ୍ମ ୱିନର ଗୁଗୁଲି , ଫାଷ୍ଟ ରନର୍ସ ଅପ ସାନେୟା ଓ ସେକେଣ୍ଡ ରନର୍ସ ଅପ୍ ପ୍ରାଚୀଙ୍କୁ ପୁରସ୍କୃତ କରାଯାଇଥିଲା | ବାଳକ କିଡସ ବିଭାଗରେ ଆଦର୍ଶ ପାତ୍ର ୱିନର , ଫାଷ୍ଟ ରନର ଅପ ନେଭିଲ୍ , ଦ୍ଵିତୀୟ ରନର୍ସ ଅପ୍ ଆଦିକଙ୍କୁ ପୁରସ୍କୃତ କରାଯାଇଥିବାବେଳେ କିଡିସ ଗୁଲ୍ ୱିନରଭାବେ ଅଙ୍କିତା ଦାସ,ଫାଷ୍ଟ ରନର୍ସ ଅପ୍ ସୁଇଟି, ସେକେଣ୍ଡ ରନର୍ସ ଅପ୍ ଅମୀତା ଦାସ ଓ ଆଦ୍ୟାଶାଙ୍କୁ ପୁରସ୍କୃତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here