ଖଲ୍ଲିକୋଟ ପୋଲିସର ୱାରେଣ୍ଟ ଧରପଗଡ଼ ; ୭ ଜଣ ୱାରେଣ୍ଟି ଗିରଫ

0
263

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବ୍ରିଜେଶ କୁମାର ରଏଙ୍କ ନିର୍ଦ୍ଦେଶ କ୍ରମେ ଖଲ୍ଲିକୋଟ ପୋଲିସ ୱାରେଣ୍ଟ ଧରପଗଡ଼ ଅଭିଯାନ ଆରମ୍ଭ କରିଛି । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ନେତୃତ୍ବରେ ଗତ ଶୁକ୍ରବାର ଓ ଶନିବାର ଦୁଇ ଦିନରେ ୧୪ ଜଣ ୱାରେଣ୍ଟିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ପୂର୍ବାହ୍ନରେ ଖଲ୍ଲିକୋଟ ଥାନାର ଭିନ୍ନ ଭିନ୍ନ କେସ ଆଧାରରେ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରୁ ୭ ଜଣ ୱାରେଣ୍ଟି ମାନଙ୍କୁ ଗିରଫ କରାଯାଇ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here