ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଆଜି ଜିଲ୍ଲାର ସମସ୍ତ ବ୍ଲକ ୧୨ଘଣ୍ଟିଆ ବନ୍ଦ ସଂପୂର୍ଣ୍ଣ ସଫଳ ହୋଇଛି

0
238

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ଭାଜପା ପକ୍ଷରୁ ଆଜି ସଂପୂର୍ଣ୍ଣ ରୁପେ ୧୨ଘଣ୍ଟିଆ ବନ୍ଦ ସଫଳ ହୋଇଛି। ଏହି ଅବସରରେ ମହାଲିଙ୍ଗ କଲେଜର ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଓ ତାଙ୍କର ଇସ୍ତଫା ଦାବିରେ ଆଜି ଗଜପତି ଜିଲ୍ଲା ଭାଜପା ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ଯାହା କି ଗତ ୪ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ଭାଜପା ଜିଲ୍ଲା କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସାମ୍ବାଦିକ ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଭାଜପା ଜିଲ୍ଲା ସଭାପତି ତଥା ପାରଳା ବିଧାୟକ ଶ୍ରୀ କେ: ନାରାୟଣ ରାଓ ।ଓଡିଶାରେ ବାରମ୍ବାର ନାରୀ ନିର୍ଯାତନ, ମର୍ଡର ଓ ରେପ୍ ଏହି ପରି ଅନିତି କାର୍ଯ୍ୟ ସବୁ ଚାଲିଛି ଏହି ଅବସରରେ କୈାଣସି ଦୋଷୀକୁ ଦଣ୍ଡ ମିଳୁନାହିଁ କି ପିଡିତାକୁ ନ୍ୟାୟ ମିଳୁନାହିଁ । ଅତୀତରେ ଏହିଭଳି ଅନେକ ଘଟଣା ଘଟିଛି , ଯାହାକି , କୁନ୍ଦଲି ଠାରୁ ଆରମ୍ଭ କରି ପିପିଲି , ପାରଳା ଏସିଏଫଓ ଏବଂ ମହାଲିଙ୍ଗ ପର୍ଯ୍ୟନ୍ତ ସବୁଥିରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏ ଦିଗରେ ତିଳେ ମାତ୍ର ଦୃଷ୍ଟି ଆକର୍ଷଣ ନାହିଁ ବୋଲି କହିଥାନ୍ତି। ଏବଂଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ସମ୍ପୃକ୍ତ ମନ୍ତ୍ରୀ ଇସ୍ତଫା ନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।
ତେଣୁ ଏହାର ପ୍ରତିବାଦରେ ଜିଲ୍ଲା ବିଜେପି ପକ୍ଷରୁ ଆଜି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଆଜି ର ବନ୍ଦ ଡାକରା ରେ ଆଜି ସକାଳୁ ୬ଘଣ୍ଟାଠାରୁ ସନ୍ଧ୍ୟା ସମୟ ପର୍ଯ୍ୟନ୍ତ ବନ୍ଦ ସଫଳ ହୋଇଛି। ଏହି ଅବସରରେ ସକାଳ ୬ଘଣ୍ଟାରେ। ସହରର ସମସ୍ତ ଦୋକାନ ବଜାର। ବସ ଚଳାଚଳ , ଅଟୋ ରିକ୍ସା, ଟ୍ରକ୍ ସହିତ ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି ଫଳରେ ଯାତ୍ରୀମାନେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ବନ୍ଦ କରିବା ପାଇଁ ଭାଜପା ପକ୍ଷରୁ ପିକେଟିଂ କରାଯାଇଥିଲା ଏହି ପରି ଜିଲ୍ଲା ର ଗୁମ୍ମା ବ୍ଲକ, କାଶୀନଗର ବ୍ଲକ, ଗୋଷାଣୀ ବ୍ଲକ, ରାୟଗଡା ବ୍ଲକ,ନୁଆଗଡ ବ୍ଲକ, ଆର୍ ଉଦୟଗିରି ବ୍ଳକ, ଓ ମୋହନା ବ୍ଲକ ଆଦି ସଂପୂର୍ଣ୍ଣ ରୁପେ ବନ୍ଦ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଜିବା ଆସିବା ରେ ଠପ୍ ହୋଇଯାଇଛି ସମଗ୍ର ଗଜପତି ଜିଲ୍ଲା ରେ ସାଧାରଣ ଲୋକେ ଆଜି ଅସୁବିଧା ର ସମ୍ମୁଖୀନ ହେବାକୁ ପଡ଼ିଛି। ଆଜି ଏହି କାର୍ଯ୍ୟକ୍ରମ ରେ ଭାଜପା ଜିଲ୍ଲା ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ, ବଳିଷ୍ଠ ଭାଜପା ନେତା ନୃସିଂହ ଚରଣ ପଟ୍ଟନାୟକ, ସିଦ୍ଧେଶ୍ୱର ମିଶ୍ର,ବାବୁନା ବେହେରା, ବସନ୍ତ କୁମାର, ପୂର୍ବତନ ଉପାଧ୍ୟକ୍ଷ ତ୍ରୀପତି ନାୟକ, ଜଗନ୍ନାଥ ମହାପାତ୍ର,ଚିପିବାବୁ, ଶ୍ୟାମ ସୁନ୍ଦର ପାଣିଗ୍ରାହି, ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ।ଓ ସାନ୍ତିଶୃଙ୍ଖଳାର ସହିତ ପରିଚାଳନା କରିଥିଲେ।

ରିପୋର୍ଟ:ବସନ୍ତ ପଣ୍ଡା

LEAVE A REPLY

Please enter your comment!
Please enter your name here