ବଂଶଧାରା ଜଳ ବିବାଦ : ଟ୍ରୀବୁନାଲର ଦ୍ୱିତୀୟ ରାୟ ପ୍ରକାଶ ପରେ ଅଞ୍ଚଳ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ

0
249

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା କାଶୀନଗର ବ୍ଲକ ଖାଣ୍ଡବା ପଞ୍ଚାୟତର ଅଞ୍ଚଳ ର ଗ୍ରାମବାସୀ ବଂଶଧାରା ଜଳ ବିବାଦ ଟ୍ରିବୁନାଲର ଦ୍ୱିତୀୟ ରାୟ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକ ପତ୍ର ପ୍ରେରଣା କରିଥିବାର ଜଣାପଡିଛି । ଏହି ଅବସରରେ ଓଡିଶା ଓ ଆନ୍ଧ୍ରର ବଂଶଧାରା ଜଳ ବିବାଦକୁ ନେଇ ଆଜକୁ ଦୀର୍ଘ ବର୍ଷ ହେଲା ଚାଲିରହିଥିବା ବଂଶଧାରା ଜଳ ବିବାଦ ଦିଲ୍ଲୀ ଠାରେ ଟ୍ରୀବୁନାଲ ନିକଟରେ ଚାଲିଥିଲା । ପ୍ରଥମ ପର୍ଯ୍ୟାୟରେ ୨୦୧୨ ମସିହା ସେପ୍ଟେମ୍ବର ମାସ ୧୩ ତାରିଖରେ ତାର ରାୟ ପ୍ରକାଶ ପାଇଥିଲା ଏବଂ ଦ୍ୱିତୀୟ ରାୟ ୨୦୨୧ ମସିହା ତଥା ଚଳିତ ମାସ ଜୁନ ୨୨ ତାରିଖରେ ରାୟ ପ୍ରକାଶ ପାଇଲା । ଯାହା ଦ୍ୱାରା ଓଡିଶାର ୧୦୬ ଏକର ଜମି ଆନ୍ଧ୍ର ସରକାରଙକୁ ଦେବା ପାଇଁ ଟ୍ରୀବୁନାଲର ନିର୍ଦ୍ଦେଶ ରହିଛି । ଯହା ଦ୍ୱାରା କାଶୀନଗର ବ୍ଲକ ଖାଣ୍ଡବା ଗ୍ରାମ ପଞ୍ଚାୟତର ବଂଶଧାରା ଅବବାହିକାର ସାରା, ବାଡିଗାଁ, ପାଲସିଂ ମୌଜାର ଅଧିବାସୀମାନେ ପ୍ରଭାବିତ ହେବା ସହ ନିଜର ଜମି ଜମା ସହ ବାସ ହରା ହୋଇଯିବେ । ତେଣୁ ଉକ୍ତ ନେରେଡି ଠାରେ ହେବାକୁ ଥିବା ବେରେଜ କାର୍ଯ୍ୟକୁ ସ୍ୱାଗତ କରିଥିଲେ ହେଁ ହେଉଥିବା ନିଜର କ୍ଷୟ କ୍ଷତିର ସଠିକ୍ ଭରଣା ଦେବାସହ ବିଭିନ୍ନ ଦାବିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ଜରିଆରେ ପ୍ରେରଣା କରିଛନ୍ତି । ସେମାନେ ଜଣାଇଛନ୍ତି ଯେ, ଚାଷ ଜମି ହରାଉଥିବା ଲୋକଙ୍କୁ ସରକାରୀ ଦର ଠାରୁ ୧୦ଗୁଣା ଅଧିକ ରାଶି ପ୍ରଦାନ କରିବା, ବାସଗୃହ ହରାଉଥିବା ପରିବାରର ଜଣକୁ ସରକାରୀ ଚାକିରୀ ଦେବା ସହ ଅବିବାହିତ ଝିଅଙ୍କୁ ସମସ୍ତ ବିବାହ ଖର୍ଚ୍ଚ ସରକାର ବହନ କରିବେ । ସେହିପରି କାଜୁ ଗଛ ହରାଉଥିବା ବ୍ୟକ୍ତିମାନଙ୍କ ପ୍ରତ୍ୟେକ ଗଛର ମୂଲ୍ୟ ଧାର୍ଯ୍ୟ କରି ଉପଯୁକ୍ତ ଟଙ୍କା ପ୍ରଦାନ ଆଦି କରିଲେ ହିଁ ଆମ୍ଭେ ଭିଟାମାଟି ଛାଡିବୁ । ନଚେତ ନରେଡି ପ୍ରକଳ୍ପ ସ୍ଥଳରେ ଆମରଣ ଅନଶନ କରି ପ୍ରକଳ୍ପ କାର୍ଯ୍ୟ କରିବାକୁ ଦେବୁ ନାହିଁ ବୋଲି କହିଛନ୍ତି । ଆବଶ୍ୟକ ପଡିଲେ ନିଜ ଜୀବନକୁ ବାଜି ଲଗାଇ କୋଠର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ରୋକ୍‌ଠକ୍ ଭାବେ ଜିଲାପାଳଙ୍କୁ ଜଣାଇଥିବା କହିଛନ୍ତି ।

ରିପୋର୍ଟ :ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here