ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟର ବାର୍ଷିକ ସମ୍ମିଳନୀ

0
223

ପୋଲସରା: ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ବବିଦ୍ୟାଳୟ, ପୋଲସରା ଶାଖାର ବାର୍ଷିକ ସମ୍ମିଳନୀ ପୋଲସରା ସ୍ଥିତ ଓଁ ଶାନ୍ତି ଭବନରେ ନଭେମ୍ବର ୦୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ସମ୍ମିଳନୀକୁ ଗୁଜରାଟର ବିନୋଦ ଭାଇ, ପୋଲସରା ଶାଖା ମୁଖ୍ୟ ରିତା ଭଉଣୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ମିଳିତ ଭାବେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦଘାଟନ କରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ରେ ଗୁଜରାଟ ସଂଗଠନର କର୍ମକର୍ତ୍ତା ବିନୋଦ ଭାଇ, ପୋଲସରା ଶାଖା ମୁଖ୍ୟ ସଞ୍ଚାଳିକ ରିତା ଭଉଣୀ, ବିଧାୟକ ଶ୍ରୀକାନ୍ତ ଭାଇ, ଜଟଣୀ ଶାଖାର ଅଶୋକ ଭାଇ, ବଳରାମ ଭାଇ ଓ ଅନ୍ୟମାନେ ଉପସ୍ଥିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଶାନ୍ତିରେ ଜୀବନଯାପନ କରିବା ପାଇଁ ବିଭିନ୍ନ ଆଧ୍ୟାତ୍ମିକ ବାଣୀ ପ୍ରଦାନ କରିଥିଲେ। ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସଂସ୍ଥାର ବାର୍ଷିକ ସମ୍ମିଳନୀରେ ବହୁ ସଂଖ୍ୟକ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟା ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here