ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ଯୁଗ୍ମ ନିର୍ଦ୍ଦେଶକଙ୍କ ଭଞ୍ଜନଗର ବ୍ଳକ ପରିଦର୍ଶନ

0
272

ଭଞ୍ଜନଗର : କୋଭିଡ କଟକଣା ହେତୁ ଦୀର୍ଘ ଅଠର ମାସ ପରେ ଓଡିଶା ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିଷ୍ଷତ୍ତି ପ୍ରକାରେ ଖୋଲିଛି ଉଚ୍ଚ ପ୍ରାଥମିକ ଶ୍ରେଣୀ ା ସ୍କୁଲକୁ ଫେରିଛନ୍ତି ଛାତ୍ର ଛାତ୍ରୀ ା କିନ୍ତୁ ବର୍ତ୍ତମାନ କେବଳ ଅଷ୍ଟମ ଶ୍ରେଣୀ ହିଁ ଖୋଲିଛି ା ଅଫଲାଇନରେ ପାଠ ପଢ଼ା ଅକ୍ଟୋବର 25 ରୁ ଆରମ୍ଭ ହୋଇଛି ା ଏହାର ତଦାରଖ କରିବା ସହ ବିଦ୍ୟାଳୟର ଯାବତୀୟ କାର୍ଯ୍ୟକ୍ରମକୁ ଯାଞ୍ଚ କରିବା ନିମିତ୍ତ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶ୍ରୀ ବୃନ୍ଦାବନ ଶତପଥୀ ଓ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ପ୍ରଶାନ୍ତ ସ୍ବାଇଁ ଭଞ୍ଜନଗରରେ ପହଞ୍ଚି ଏହି ବ୍ଳକ ଅଧିନସ୍ଥ ଭେଜିପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,,ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆଦି ପରିଦର୍ଶନ କରିବା ସହ ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ସହ ଭାବ ବିନିମୟ କରିଛନ୍ତି ା ଏହି ସମୟରେ ବି.ଇ.ଓ ଏସ୍.ଧନଞ୍ଜୟ ଙ୍କ ସମେତ ଏ.ବି.ଇ.ଓ ସୂର୍ଯ୍ୟ ନାୟକ,ବି.ଆର୍.ସି.ସି ହୃଷିକେଶ ସ୍ବାଇଁ, ପୂର୍ବତନ ଏ.ବି.ଇ.ଓ ଜଗବନ୍ଧୁ ଜେନା,ସି.ଆର୍.ସି.ସି ନାରାୟଣ ମହାପାତ୍ର ଓ ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା ବିଦ୍ୟାଳୟଗୁଡିକର ପରିଷ୍କାର ପରିଚ୍ଛନତା, କୋଭିଡ ଗାଇଡ ଲାଇନ ପାଳନ ସହ ପାଠ ପଢା, ମୋ ସ୍କୁଲ ଅଭିଯାନ ପ୍ରକଳ୍ପର ଅଗ୍ରଗତି, ଏଫ.ଏଲ.ଏନ କାର୍ଯ୍ୟକ୍ରମ, ନାସ୍ ପରୀକ୍ଷା ଆଦି ସମ୍ବନ୍ଧରେ ଏହି ଟିମ ପ୍ରଧାନ ଶିକ୍ଷକ ମାନଙ୍କ ସହ ଆଲୋଚନା କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲା ା ପ୍ରକାଶ ଥାଉକି ପୂର୍ବରୁ ନବମ ,ଦଶମ ,ଦ୍ବାଦଶ ଶ୍ରେଣୀରେ ଅଫଲାଇନ ପଠ ପଢା ଜାରି ରହିଥିବା ବେଳେ ଗତ 21.10.2021 ରୁ ଏକାଦଶ ଶ୍ରେଣୀ ଖୋଲିଥିଲା ଏବଂ ଆଜି 25.10.2021 ରେ ଅଷ୍ଟମ ଶ୍ରେଣୀ ଖୋଲିଲା ା ଏହି ଅଫଲାଇନ ପାଠ ପଢା
ସହିତ ଅନଲାଇନ ୟୁ ଟ୍ୟୁବ ପାଠ ପଢ଼ା ମଧ୍ୟ ଜାରି ରହିବ ବୋଲି ପୂର୍ବରୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ତରଫରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here