ଖୋଳଖାଳି ଗ୍ରାମର କୋଠଘର ବିଧାୟକଙ୍କ ଦ୍ୱାରା ଉଦଘାଟିତ

0
213

ବୁଗୁଡା : ବୁଗୁଡା ବ୍ଲକ ଅନ୍ତର୍ଗତ ଖୋଳଖାଳି ଗ୍ରାମର ନୂତନ କୋଠଘର ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ କରକମଳରେ ଅକ୍ଟୋବର ୨୪ ତାରିଖ ଦିନ ଉଦଘାଟିତ ହୋଇଯାଇଛି। ବିଧାୟକ ଶ୍ରୀ ସାହୁ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷା ମାମୀ ସେନାପତି ଏବଂ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ, ଜିଲ୍ଲା ପରିଷଦ ସଦସ୍ୟା ଭୁବନେଶ୍ୱରୀ ଖଟେଇ, ସରପଞ୍ଚ ସୁର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ, ନାଏବ ସରପଞ୍ଚ ସଙ୍ଗୀତା ରଥ ଯୋଗଦେଇଥିଲେ। ଗ୍ରାମବାସୀଙ୍କ ପକ୍ଷରୁ ବିଧାୟକ ଶ୍ରୀ ସାହୁ ଓ ଅନ୍ୟାନ୍ୟ ଅତିଥି ବୃନ୍ଦଙ୍କୁ ଏକ ବିରାଟ ପଟୁଆରରେ ଉଦଘାଟନୀ ସ୍ଥଳିକୁ ପାଛୋଟି ନେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡର ସଭ୍ୟ ସଭ୍ୟା ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here