
ବୁଗୁଡା : ଏମିତି କିଛି ମୁହୂର୍ତ୍ତ ଥାଏ ଯାହା କୌଣସି ଅମୃତ ଲଗ୍ନ ଠାରୁ ମଧ୍ଯ କିଛି କମ୍ ନୁହେଁ । ଖୁସିର କଥା ଏହିଯେ ଏକ ସୁନ୍ଦର ମୁହୂର୍ତ୍ତରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଙ୍କ କରକମଳରେ କବୀ ସୌଦାମିନୀ ମିଶ୍ରଙ୍କ ପ୍ରଥମ କବିତା ସଂକଳନ “ସ୍ବପ୍ନର ପଦ୍ମବନ”ର ଶୁଭ ଉନ୍ମୋଚନ ଆମ ଓଡ଼ିଶାର ରାଜ ଭବନ ଠାରେ ହୋଇସାରିଛି। ନାରୀ କବି ସୌଦାମିନୀ ମିଶ୍ର ଙ୍କ ସହ ଝିଅ ତନିଶା ମିଶ୍ର, ସ୍ୱାମୀ ପ୍ରଦୀପ କୁମାର ମିଶ୍ର ଓ ବନ୍ଧୁ ପୂର୍ଣ୍ଣ ଚନ୍ଦ୍ର ବେହେରା ଏହି ଖୁସିର ମୁହୂର୍ତ୍ତରେ ଉପସ୍ଥିତ ଥିଲେ । ମହାମହିମ ରାଜ୍ୟପାଳ ଶ୍ରୀ ଲାଲଜୀ ଅତି ଆଗ୍ରହ ସହ ଛନ୍ଦ ବୋଧରେ ରଚିତ ୬୫ ଟି କବିତାର ସମାରୋହରେ ମହକିତ “ସ୍ୱପ୍ନର ପଦ୍ମବନ” ବହିକୁ ଓଲଟାଇ କିଛି କବିତା ପଢିଥିଲେ ଓ ବହି ଖୁବ୍ ସୁନ୍ଦର ହୋଇଛି ବୋଲି ପ୍ରଶଂସା କରିଥିଲେ ଏବଂ ଶୁଭେଛା ଓ ଶୁଭ କାମନା ଜଣାଇଥିଲେ। କବୀ ସୌଦାମିନୀ ମିଶ୍ର ଘୁମୁସର ମାଟିର ଝିଅ ଓ ବୋହୁ ଏବଂ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସହଧର୍ମଣୀ। ସଂକଳନଟି ବହୁ ଲୋକ ପ୍ରିୟ ହାସଲ କରିବା ସହ ଓଡିଆ ବାଣୀ ଭଣ୍ଡାରକୁ ରୁଦ୍ଧିମନ୍ତ କରିବ ବୋଲି ଆଶା ଓ ବିଶ୍ୱାସ ।
ରିପୋର୍ଟ:ସ୍ୱରୂପ ସୁମନ ମହାରଣା