ନକଲି ବିଦେଶୀ ମଦ ଚାଲାଣ ବେଳେ,୩ ଗିରଫ

0
252

ବ୍ରହ୍ମପୁର: ବ୍ରହ୍ମପୁର ଅବକାରୀ ମଣ୍ଡଳକୁ ମିଳିଛି ବଡ ଧରଣର ସଫଳତା ।ବ୍ରହ୍ମପୁର ସହର ଉପକଣ୍ଠରେ ଥିବା ଓମ୍ ବିହାର ନିକଟସ୍ଥ କାଶୀନଗର ଅଞ୍ଚଳରେ ଏକ ଭଡା ଘରୁ ଅବକାରୀ ବିଭାଗ ଠାବ କରିଛି ନକଲି ବିଦେଶୀ ମଦ କାରଖାନା ।ଏଠାରେ ସାରା ଜିଲ୍ଲାର ବିଭିନ୍ନ ଗ୍ରାମ ସହ ବାହାର ଜିଲ୍ଳାକୁ ମଧ୍ୟ ନକଲି ବିଦେଶୀ ମଦ ଚାଲାଣ ହେଉଥିଲା ।ଏହି ଘଟଣାରେ ଅବକାରୀ ବିଭାଗ ଗତକାଲି ମୋହନା ଅଂଚଳର ପ୍ରଫୁଲ୍ଲ କୁମାର ସାହୁ(୫୯) ସହ ତାଙ୍କ ଡ୍ରାଇଭର ନକୁଳ ଗମାଙ୍ଗୋ ସହ କାରଖାନା ଚଲାଉଥିବା ବ୍ରହ୍ମପୁର ଅଞ୍ଚଳର ତାରିଣି ଜେନା । ତାରିଣୀଙ୍କ ଘର ବୁଗୁଡା ଅଞ୍ଚଳରେ ବୋଲି ଜଣାପଡିଛି । ସେହିପରି ନକଲି ମଦ ପ୍ରସ୍ତୁତ କାରଖାନାରୁ ବିଭିନ୍ନ ବ୍ରାଣ୍ଡର ୨୦୮ ଭର୍ତି ମଦ ବୋତଲ(୧୮୦ ଏମଏଲ୍) ସହ ୧୦୮୬ ମଦ ବୋତଲ ଠିପି, ହୋମିଓପାଥି ସ୍ପିରିଟ୍ ୬ଲିଟର, କଲର୍ ୩ ଲିଟର,୪ଶହ ଖାଲି ବୋତଲ ସହ (ଓଡ଼ି-୦୭ୟୁ-୬୪୧୬) ନଂ ବିଶିଷ୍ଟ ଟାଟା ପିକ୍ଅପ୍ ଗାଡି ଓ ଏକ ସ୍କୋଟି ଜବତ ହୋଇଥିବା ନେଇ ଜିଲ୍ଲା ଅବକାରୀ ଅଧୀକ୍ଷକ ଆର୍.ଏସ୍.ନାୟକ ସୂଚନା ଦେଇଛନ୍ତି ।ଏହି ଚଢ଼ାଉରେ ଅବକାରୀ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here