ତିନି ଦିନିଆ ଯୁବ ରେଡ କ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ

0
240

ବୁଗୁଡା :ବୁଗୁଡା ପିପୁଲସ କଲେଜର ଯୁବ ରେଡ଼ କ୍ରସ ସଙ୍ଗଠନ ର କାଉନସିଲର ପ୍ରଫେସର ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ଓ ଓଡିଶା ରାଜ୍ୟ ଶାଖା ଭାରତୀୟ ରେଡ଼ କ୍ରସ ସମିତି ସହଯୋଗରେ ତିନି ଦିନ ବ୍ୟାପି ଚାଲିଥିବା ଯୁବ ରେଡ କ୍ରସ ପ୍ରଶିକ୍ଷଣ ଶିବିର ସୋମବାର ଦିନ ଉଦଯାପିତ ହୋଇଯାଇଛି। ଏହି ଉଦଯାପନି କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡା ତହସିଲଦାର ସଂଗ୍ରାମ କେଶରୀ ଜେନା, ମୁଖ୍ୟ ବକ୍ତା ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼କ୍ଟର ଦିବାକର ମିଶ୍ର ଓ ସମ୍ମାନୀତ ଅତିଥି ଭାବେ ବୁଗୁଡା ପୋଲିସ ଥାନାର ଅତିରିକ୍ତ ଆରକ୍ଷୀ ନିରୀକ୍ଷିକା ଶର୍ମିଷ୍ଠା ପ୍ରଧାନ ଯୋଗଦେଇଥିଲେ। ଯୁବ ସ୍ବେଚ୍ଛାସେବମାନେ ତିନିଦିନ ବ୍ୟାପୀ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଯାହା ଶିକ୍ଷା ଓ ତାଲିମ ପାଇଲେ ତାହା ବାସ୍ତବ କ୍ଷେତ୍ରରେ ସଦୁପଯୋଗ କରିବାକୁ ଅତିଥି ବୃନ୍ଦ ବକ୍ତବ୍ୟରେ ପରାମର୍ଶ ପ୍ରଦାନ କରିଥିଲେ । ଏଥିସହ ପ୍ରଶିକ୍ଷଣ ଶିବିରରେ କୃତ୍ତିତ୍ଵ ଅର୍ଜନ କରିଥିବା ଶିବିରାର୍ଥୀମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ଯୁବ ରେଡ଼ କ୍ରସ କାଉନସିଲର ଅଧ୍ୟାପକ ଶେଖ ଫରିଦ୍ ଧନ୍ୟବାଦ ଅର୍ପଣ କରିଥିଲେ। ପିପୁଲସ ଡିଗ୍ରୀ କଲେଜ ଯୁବ ରେଡ଼ କ୍ରସ ସମିତି ପକ୍ଷରୁ ଅକ୍ଟୋବର ୨, ୩ ଓ ୪ ତାରିଖ ତିନିଦିନ ବ୍ୟାପି ଚାଲିଥିବା ବୁଗୁଡା, ପୋଲସରା ଓ ମାଣିତରା କଲେଜର ଯୁବ ସ୍ବେଚ୍ଛାସେବୀମାନଙ୍କ ଶିକ୍ଷା ଓ ତାଲିମ ଶିବିର ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହୋଇଛି।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here