ବିରଳ ଗୃପ୍ ର ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଲେ ଯୁବକ

0
239

ବେଲଗୁଣ୍ଠା: କୁହାଯାଏ ରକ୍ତଦାତା ମାନେ ହେଉଛନ୍ତି ଜଣେ ଜଣେ ଦେବଦୂତ I ଏକଥାକୁ ପ୍ରମାଣିତ କରିଛନ୍ତି ବେଲଗୁଣ୍ଠା ଗୋପୀନାଥ ସାହିର 40 ବର୍ଷୀୟ ଯୁବକ ତଥା ପୂଜା ମୋବାଇଲ୍ ମାଲିକ ଜିତେନ୍ଦ୍ର କୁମାର ପାଣିଗ୍ରାହୀ I ସୁଚନା ପ୍ରକାରେ ରାଜଲକ୍ଷ୍ମୀ ମହାରଣା ନାମକ ଜଣେ 34 ବର୍ଷୀୟା ମହିଳା ଅସୁସ୍ଥତା ଯୋଗୁଁ ଭଞ୍ଜନଗର ଉପଖଣ୍ଡ ମେଡିକାଲ୍ ରେ ଭର୍ତ୍ତି ହୋଇଥିଲେ I ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଏ ନେଗେଟିଭ୍ ରକ୍ତ ଆବଶ୍ୟକ ହୋଇଥିଲା I କିନ୍ତୁ ଏ ନେଗେଟିଭ୍ ଏକ ବିରଳ ଗୃପ୍ ହୋଇଥିବାରୁ ଦୁଇଦିନ ପର୍ଯ୍ୟନ୍ତ ମହିଳାଙ୍କ ପାଇଁ ରକ୍ତ ଯୋଗାଡ଼ ହୋଇନପାରିବାରୁ ତାଙ୍କର ଅବସ୍ଥା ଗୁରୁତର ହୋଇପଡିଥିଲା I ଏହି ଖବର ବେଲଗୁଣ୍ଠା ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ନିକଟରେ ପହଞ୍ଚିବା ପରେ ସେ ମହିଳାଙ୍କ ପାଇଁ ରକ୍ତ ଯୋଗାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଥିଲେ I ବିଭିନ୍ନ ରକ୍ତଦାତାଙ୍କ ତଥ୍ୟକୁ ଦେଖି ସେ ଜିତେନ୍ଦ୍ରଙ୍କ ରକ୍ତ ଗୃପ୍ ଇ ଏ ନେଗେଟିଭ୍ ଥିବା ଜାଣିପାରିଥିଲେ I ପ୍ରକାଶ ଥାଉକି ପୂର୍ବରୁ ଜିତେନ୍ଦ୍ର ନିଜର ଏ ପଜିଟିଭ୍ ରକ୍ତ ଗୃପ୍ ଥିବା ସନ୍ଦେହ କରି କିଛି ଦିନ ତଳେ ସେ ଅନ୍ୟ ଜଣେ ରୋଗୀଙ୍କୁ ରକ୍ତଦାନ କରିବାକୁ ଯାଇଥିଲେ I କିନ୍ତୁ ସେଠାରେ ଜିତେନ୍ଦ୍ରଙ୍କ ରକ୍ତ ପରୀକ୍ଷା ପରେ ତାଙ୍କର ଏ ନେଗେଟିଭ୍ ଗୃପ୍ ରକ୍ତ ହୋଇଥିବା ଜଣାପଡ଼ିବା ପରେ ସେ ସେଠାରୁ ଫେରି ଆସିଥିଲେ I ଏହି ତଥ୍ୟକୁ ଭିତ୍ତି କରି ପ୍ରେସକ୍ଳବ ସଭାପତି ଶ୍ରୀ ପାତ୍ର ଜିତେନ୍ଦ୍ରଙ୍କ ସହ ଯୋଗାଯୋଗ କରିଥିଲେ I କିନ୍ତୁ ଜିତେନ୍ଦ୍ର ଫୁଲବାଣୀରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବ୍ୟସ୍ତ ଥିଲେ I ତଥାପି ଶ୍ରୀ ପାତ୍ରଙ୍କ ଠାରୁ ରକ୍ତ ଆବଶ୍ୟକତା ଖବର ପାଇବା ପରେ ସେ ନିଜର ସମସ୍ତ କାର୍ଯ୍ୟକୁ ପଛକୁ ପକାଇଦେଇ ରାତ୍ର 10,30 ମିନଟ ସମୟରେ ଭଞ୍ଜନଗର ଫେରି ଶ୍ରୀ ପାତ୍ର ଓ ସୁଶାନ୍ତ ମିଶ୍ରଙ୍କ ସହ ଭଞ୍ଜନଗର ରକ୍ତଭଣ୍ଡାରକୁ ଯାଇ ଜୀବନରେ ପ୍ରଥମ ଥର ପାଇଁ ରକ୍ତଦାନ କରି ମହିଳାଙ୍କ ଜୀବନ ବଞ୍ଚାଇଥିଲେ I ଜିତେନ୍ଦ୍ରଙ୍କ ଏହିଭଳି ମହତ୍ କାର୍ଯ୍ୟ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ରଙ୍କ ସମେତ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ର, ତହସିଲଦାର ସରୋଜ କୁମାର ବେହେରା ପ୍ରମୁଖ ତାଙ୍କୁ ସାଧୁବାଦ ଜଣାଇଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here